୪ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ ପଦୋନ୍ନତି, କେନ୍ଦ୍ରୀୟ ଡେପୁଟେସନ୍‌ରେ ଯିବେ ୨

ଭୁବନେଶ୍ବର: ରାଜ୍ୟ ସରକାର ୪ ଜଣ ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କୁ ପଦୋନ୍ନତି ଦେଇଛନ୍ତି। ସେହିପରି ୨ ଜଣଙ୍କୁ କେନ୍ଦ୍ରୀୟ ଡେପୁଟେସନ୍‌ରେ ଯିବା ଲାଗି ଅନୁମତି ଦେଇଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଜ୍ଞପ୍ତି ଅନୁସାରେ ୧୯୯୧ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ଅନୁ ଗର୍ଗ, ମଧୁସୂଦନ ପାଢ଼ୀ, ସତ୍ୟବ୍ରତ ସାହୁ ଓ ବିଜୟ ଅରୋରାଙ୍କୁ ରାଜ୍ୟ ସରକାର ପଦୋନ୍ନତି ଦେଇଛନ୍ତି। ଅପରପକ୍ଷେ ୧୯୯୦ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ ଜି. ଶ୍ରୀନିବାସ ଓ ଆରତୀ ଆହୁଜା କେନ୍ଦ୍ରୀୟ ଡେପୁଟେସନ୍‌ରେ ଯିବା ଲାଗି ବିଜ୍ଞପ୍ତି ପ୍ରକାଶ ପାଇଛି

ସମ୍ବନ୍ଧିତ ଖବର