ସମ୍ବଲପୁର ଜିଲ୍ଲାରେ ପୁଣି ୪ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ

ବୁର୍ଲା : ଶୁକ୍ରବାର ସମ୍ବଲପୁର ଜିଲ୍ଲାରେ ପୁଣି ୪ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବୁର୍ଲା ଡାକ୍ତରଖାନା ପକ୍ଷରୁ ସୂଚନା ଦେଇଛନ୍ତି।  ଏହି ୪ଜଣଙ୍କ ମଧ୍ୟରୁ ଜଣେ କାନାଡା ଫେରନ୍ତା ରହିଥିବା ବେଳେ ସେ ଗତ ୩ ତାରିଖରୁ ବୁର୍ଲା ଭିମସାର କୋଭିଡ ଦ୍ଵିତୀୟ ହସ୍ପିଟାଲରେ ଭର୍ତ୍ତି ହୋଇଛି । ତାଙ୍କ ସ୍ୱାବ ନମୁନା ଗତ ୩ ତାରିଖରେ ହିଁ ଜେନମ ସିକ୍ୟୁଏନସିଂ ପାଇଁ ଭୁବନେଶ୍ବର ଆଇଏଲ୍‌ଏସ ପଠାଯାଇଥିବା ବେଳେ ଆଜି ତାଙ୍କ ଓମିକ୍ରନ ପଜିଟିଭ ଥିବା ଜଣାପଡ଼ିଛି ।

ଅନ୍ୟ ୩ ଜଣ ପୁରୀ ଫେରନ୍ତା ରହିଥିବା ସୂଚନା ମିଳିଛି । ତେବେ ପୁରୀ ଫେରନ୍ତା ୩ ଜଣଙ୍କ ସ୍ୱାବ୍ ଗତ ୨୮ ଡିସେମ୍ବରରେ ଆର୍ଟିପିସିଆର୍ ଟେଷ୍ଟ ପଜିଟିଭି ହେବା ପରେ ଜେନମ୍ ସିକ୍ୟୁଏନସିଂ ପାଇଁ ପଠାଯାଇଥିଲା । ଆଜି ତାଙ୍କ ରିପୋର୍ଟ ପଜିଟିଭି ଆସିଛି। କିନ୍ତୁ, ସଂକ୍ରମଣର ୧୪ ଦିନ ଅତିକ୍ରମ କରିଥିବାରୁ ସେମାନେ ଏବେ ହୋମ୍ ଆଇସୋଲେସନରେ ରହୁଥିବା ଭିମସାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର