ବ୍ରହ୍ମପୁର: ଗ୍ରାସିମ୍ ଇଣ୍ଡଷ୍ଟ୍ରିଜରେ ଅଭାବନୀୟ ଘଟଣା, ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୪ କର୍ମଚାରୀ ଗୁରୁତର

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଗଞ୍ଜାମ ସହରରେ ଥିବା ଗ୍ରାସିମ୍ ଇଣ୍ଡଷ୍ଟ୍ରିଜରେ ଘଟିଛି ଏକ ଅଭାବନୀୟ ଘଟଣା। ଗ୍ରାସିମ୍ ଇଣ୍ଡଷ୍ଟ୍ରିଜର ହାଇଡ୍ରୋକ୍ଲୋରିକ୍ ପ୍ଲାଣ୍ଟରେ ପାଣି ଫୁଟାଯାଉଥିବା ବେଳେ ବିଦ୍ୟୁତ୍ ସଂସ୍ପର୍ଶରେ ଆସି ୪ଜଣ କର୍ମଚାରୀ ଗୁରୁତର ହୋଇଥିବାର ଖବର ମିଳିଛି।

ମିଳିଥିବା ସୂଚନା ଅନୁଯାୟୀ ସବୁ ଦିନ ଭଳି ଗ୍ରାସିମ୍ ଇଣ୍ଡଷ୍ଟ୍ରିଜର ହାଇଡ୍ରୋକ୍ଲୋରିକ୍ ପ୍ଲାଣ୍ଟରେ ଆଜି ବି ସକାଳ ପ୍ରାୟ ସାଢେ ୯ଟା ବେଳେ ପାଣି ଫୁଟାଉଥିବା ବେଳେ ୪ଜଣ କର୍ମଚାରୀ କୌଣସି କାରଣରୁ ବିଦ୍ୟୁତ୍ ସଂସ୍ପର୍ଶରେ ଆସିଥିଲେ। ଏହାପରେ ସେମାନଙ୍କୁ ଗୁରୁତର ଅବସ୍ଥାରେ ବ୍ରହ୍ମପୁରର ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି। ଏହି ୪ କର୍ମଚାରୀଙ୍କ ପରିଚୟ ମିଳିଛି। ସେମାନେ ହେଲେ ଇଞ୍ଜିନିୟର୍ ଅଭିଷେକ ପାଲ, ଅପରେଟର୍ ଶଙ୍କର ରାଉଳ, ବେଣୁପାଣି ରାଉଳ ଏବଂ ଏସ୍ ଶଙ୍କର। ଏମାନଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି।

ସମ୍ବନ୍ଧିତ ଖବର