ଝାରସୁଗୁଡ଼ା/ଇବ୍ଥର୍ମାଲ : ଓପିଜିସି ବନହରପାଲିସ୍ଥିତ ଇବ୍ଥର୍ମାଲ ତୃତୀୟ ୟୁନିଟ୍ର ହପର୍ ଶନିବାର ରାତି ୯ ଟାରେ ଭୁଶୁଡ଼ି ପଡ଼ିବାରୁ ସେଠାରେ କରୁଥିବା ୪ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା ଜଣାପଡ଼ିଛି। ଇବ୍ଥର୍ମାଲ ଡାକ୍ତରଖାନାରେ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କ ମଧ୍ୟରୁ ରବୀନ୍ଦ୍ର ପାଲ ନାମକ ଶ୍ରମିକ ସାମାନ୍ୟ ସୁସ୍ଥ ହୋଇଥିବା କୁହାଯାଇଛି। ଅନ୍ୟ ତିନି ଜଣଙ୍କୁ ଭୁବନେଶ୍ବର ଆପୋଲୋ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସେମାନେ ହେଲେ ଗଞ୍ଜାମ ଜିଲ୍ଲାର ପି. ଭଗବାନ ପାତ୍ର, ତେଲେନପାଲି ଗ୍ରାମର ଆକାଶ ଖମାରୀ ଓ ରେମଣ୍ଡା ହୃଷୀକେଶ କଣ୍ଟା। ସମସ୍ତେ ଏଆର୍ଏସ୍ ଠିକା କଂପାନି ଅଧୀନରେ କାମ କରନ୍ତି। ରବୀନ୍ଦ୍ର ଏସ୍ଆର୍ ଇଞ୍ଜିନିୟରିଂ ଠିକା ସଂସ୍ଥା ଅଧୀନରେ କାମ କରନ୍ତି। ଏହି ଦୁର୍ଘଟଣା ଫଳରେ ଓପିଜିସି ୟୁନିଟ୍ ୩ରେ ବିଦ୍ୟୁତ୍ ଉତ୍ପାଦନ ଠପ୍ ହୋଇଯାଉଛି। ଏହି ୟୁନିଟ୍ ଚାଲୁଥିବା ବେଳେ କୋଇଲା ଜଳି ଯେଉଁଠାରେ ଗରମ ଆଶ୍ ଜମାହୋଇ ପୁଣି ସେଠାରୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଏ ସେହି ହପର୍ ସଂପୂର୍ଣ୍ଣ ଭୁଶଡ଼ି ପଡ଼ିଥିଲା। ଫଳରେ ଏଭଳି ଭୟଙ୍କର ଦୁର୍ଘଟଣା ଘଟିଥିବା କୁହାଯାଇଛି। ଏହି ଦୁର୍ଘଟଣା ଘଟିବାର କାରଣ ସ୍ପଷ୍ଟ ହୋଇ ନଥିବା ବେଳେ ୬୬୦ ମେଗାଓ୍ବାଟ୍ର ଏହି ପାଓ୍ବାର ପ୍ଲାଣ୍ଟଟି ଅଚଳ ହୋଇ ଯାଇଛି। ପୂର୍ବରୁ ବାର୍ଷିକ ମରାମତି ପାଇଁ ୟୁନିଟ୍-୨କୁ ଗତ ୧ ତାରିଖରୁ ୨୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖାଯାଇଛି। ଅନ୍ୟପକ୍ଷରେ ଶୁକ୍ରବାର ବଏଲର୍ରେ ଲିକେଜ୍ ପାଇଁ ୟୁନିଟ୍-୧ ଅଚଳ ରହିଛି।
ଓପିଜିସିରେ ହପର୍ ଭୁଶୁଡ଼ି ୪ ଗୁରୁତର, ୬୬୦ ମେଗାୱାଟ୍ର ପାୱାର୍ପ୍ଲାଣ୍ଟ୍ ଅଚଳ
ପୂର୍ବରୁ ବନ୍ଦ ରହିଛି ୟୁନିଟ୍-୧ ଏବଂ ୨
/sambad/media/post_attachments/wp-content/uploads/2020/09/PHOTO-2020-09-05-23-30-22-ff-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)