ବ୍ରହ୍ମଗିରିରେ ପୁଣି ନିର୍ବାଚନୀ ହିଂସା: ବୁଥ୍ ଆଗରେ ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ସଂଘର୍ଷ, ୪ ଗୁରୁତର

ବ୍ରହ୍ମଗିରି: ପୁରୀ ଜିଲ୍ଲା ବ୍ରହ୍ମଗିରିରେ ପୁଣି ନିର୍ବାଚନୀ ହିଂସା ଘଟଥିବାର ଖବର ମିଳିଛି। ଏଠାରେ ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୪ ଗୁରୁତର ହୋଇଥିବାର ସୂଚନା ରହିଛି। ମିଳିଥିବା ସୂଚନା ଅନୁଯାୟୀ, ରାହାଡ଼ମଲ ଗ୍ରାମପଞ୍ଚାୟତର ନିଶିଭଅଁରର ବୁଥ୍ ନଂ-୮ରେ ଆଜି ସକାଳେ ମତଦାନ ଚାଲିଥିବା ବେଳେ ଦୁଇ ରାଜନୈତିକ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ଘଟି ୪ ଜଣ ଗୁରୁତର ହୋଇଥିଲେ। ସେମାନଙ୍କୁ ସ୍ଥାନୀୟ ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ସମସ୍ତଙ୍କ ଦେହରେ କ୍ଷତବିକ୍ଷତ ଚିହ୍ନ ରହିଛି।


ସୂଚନାଯୋଗ୍ୟ, ଗତ କିଛି ଦିନ ତଳେ ବ୍ରହ୍ମଗିରି ବ୍ଲକରେ ପ୍ରାକ୍ ନିର୍ବାଚନୀ ହିଂସା ଘଟି ଜଣେ ମହିଳାଙ୍କ ସମେତ ୬ ଗୁରୁତର ହୋଇଥିଲେ। ବ୍ରହ୍ମଗିରି ବ୍ଲକ ମଣପଡା ପଞ୍ଚାୟତ ଦଣ୍ଡୁଆସିପଡା ଗାଁରେ ଘଟିଥିଲା ଏହି ସଂଘର୍ଷ। ସମସ୍ତ ଗୁରୁତର ଗୋଟିଏ ଦଳର ଥିଲେ। ସମସ୍ତେ ଚିକିସ୍ଥା ପାଇଁ ସ୍ଥାନୀୟ ରେବଣା ନୂଆଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି ହୋଇଥିଲେ। ରାଜନୈତିକ କଥାକୁ ନେଇ ଉଭୟ ଦଳ ମଧ୍ୟରେ ମାରପିଟ୍ ହୋଇ ସଂଘର୍ଷ ହୋଇଥିବା ଜଣାପଡ଼ିଥିଲା।

ସମ୍ବନ୍ଧିତ ଖବର