କଟକର କ୍ୟାଣ୍ଟେନ୍‌ମେଣ୍ଟ ରୋଡରେ ଯାତ୍ରୀବାହୀ ଅଟୋକୁ ଧକ୍କା ଦେଲା କାର୍‌, ୪ ଆହତ, ଏସ୍‌ସିବି ମେଡିକାଲରେ ଭର୍ତ୍ତି

କଟକ : କଟକର କ୍ୟାଣ୍ଟେନମେଣ୍ଟ ରୋଡରେ ସଡ଼କ ଦୁର୍ଘଟଣା ଘଟି ୪ ଗୁରୁତର ଭାବେ ଆହତ। ଆହତ ଯାତ୍ରୀମାନଙ୍କୁ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଛି। ମିଳିଥିବା ସୂଚନା ଅନୁସାରେ ଆଜି ରାତିରେ କଟକର କ୍ୟାଣ୍ଟେନ୍‌ମେଣ୍ଟ ରିଙ୍ଗରୋଡରେ ଏକ ଯାତ୍ରୀବାହୀ ଅଟୋକୁ କାର ଧକ୍କା ଦେବାରୁ ଅଟୋ ଡ୍ରାଇଭର ସମେତ ୪ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ଏସ୍‌ସିବି ବଡ଼ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି। ଓଆର୍‌୦୫ଏଏନ୍‌-୪୦୪୨ ନମ୍ବରର ଏହି କାରଟି ଦୁର୍ଘଟଣା ଘଟାଇବା ପରେ କାର୍‌ ଛାଡି ଫେରାର ହୋଇଯାଇଛନ୍ତି କାର୍‌ ଡ୍ରାଇଭର। ଖବର ପାଇ ସ୍ଥାନୀୟ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡି ଦୁଇଟିକୁ ଜବତ କରିବା ସହ ଘଟଣାର ତଦନ୍ତ ଜାରି ରଖିଥିବା ଜଣାପଡିଛି।

ସମ୍ବନ୍ଧିତ ଖବର