୪ ଅନ୍ତଃରାଜ୍ୟ ଡକାୟତ ଗିରଫ, ୩ ଫେରାର

ଦାନଗଦୀ : କଳିଙ୍ଗନଗର ପୁଲିସ ପଞ୍ଝାରେ ୪ ଅନ୍ତଃରାଜ୍ୟ ଡକାୟତ। ଆଉ ୩ ଜଣ ଫେରାର ହୋଇଯାଇଛନ୍ତି। ସେମାନଙ୍କଠାରୁ ପୁଲିସ ଦେଶୀ ବନ୍ଧୁକ, ଖଣ୍ଡା, ଛୁରି, ଲୁହାରଡ଼, ଦୁଇଟି ଗାଡ଼ି (ହିରୋ ସ୍କୁଟି ନଂ ଓଡି୦୪କେ୨୨୮୧ ଏବଂ ହୋଣ୍ତା ୟୁନିକର୍ଣ୍ଣ ଗାଡି ନଂ ଓଡି ୦୪ଇ ୧୪୧୩) ଜବତ କରିଛି।

ଗିରଫ ୪ ଡକାୟତ ହେଲେ ସୁକିନ୍ଦା ଥାନା କାଞ୍ଜିଆପାଳର ପରମାନନ୍ଦ ବିନ୍ଧାଣୀଙ୍କ ପୁଅ ଶିବ ପ୍ରସାଦ ବନ୍ଧାଣୀ(୩୯), ସୁକିନ୍ଦା ଥାନା ଅଶୋକଝରର ଜଗବନ୍ଧୁ ପ୍ରଧାନକଂ ପୁଅ ସାଗର ପ୍ରଧାନ (୨୪), ସୁକିନ୍ଦା ଥାନା ଅଶୋକଝରର ନାରାୟଣ ନାୟକକଂ ପୁଅ ନିରାକାର ନାୟକ(୨୦), କେଉଁଝର ସୋସୋ ଥାନା ନଟିଆସାହିର ବାବୁରାମ ବାଇପାଇକଂ ପୁଅ ଅଜୁର୍ନ ବାଇପାଇ(୩୧)।

ସମ୍ବନ୍ଧିତ ଖବର