ସତ୍ୟବ୍ରତ, ଆଶିଷଙ୍କ ସମେତ ୪ଜଣ ହେବେ ଡିଆଇଜି

ଆଇଜି ପାହ୍ୟାକୁ ୨ଜଣଙ୍କ ପଦୋନ୍ନତି

ଭୁବନେଶ୍ୱର : ଭୁବନେଶ୍ୱର ପୁଲିସ କମିସନରେଟ୍‌ ଡିସିପି ସତ୍ୟବ୍ରତ ଭୋଇ, ଗଞ୍ଜାମ ଏସ୍‌ପି ଆଶିଷ କୁମାର ସିଂଙ୍କ ସମେତ ୪ଜଣ ଆଇପିଏସ୍‌ ଅଫିସରଙ୍କୁ ଡିଆଇଜି ପଦକୁ ପଦୋନ୍ନତି ଦିଆଯାଇଛି। ସେହିପରି ୨ଜଣ ଆଇପିଏସ୍‌ ଅଫିସରଙ୍କୁ ଆଇଜି ପାହ୍ୟାକୁ ଏବଂ ଆଉ ୨ଜଣ ଆଇପିଏସ୍‌ ଅଫିସରଙ୍କୁ ସିଲେକ୍ସନ୍‌ ଗ୍ରେଡ୍‌କୁ ପଦୋନ୍ନତି ମିଳିଛି।

ଏ ନେଇ ଆଜି ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ବିଜ୍ଞପ୍ତି ଅନୁଯାୟୀ ୨୦୦୪ ବ୍ୟାଚ୍‌ର ଆଇପିଏସ୍‌ ଆଶିଷ କୁମାର ସିଂ, ସତ୍ୟବ୍ରତ ଭୋଇଙ୍କୁ ପଦୋନ୍ନତି ଦିଆଯାଇଛି। ଏମାନଙ୍କ ବ୍ୟତୀତ ୨୦୦୪ ବ୍ୟାଚ୍‌ ଓଡ଼ିଶା କ୍ୟାଡର ଆଇପିଏସ୍‌ ନିତିନ୍‌ଜିତ୍‌ ସିଂ, ଦୀପକ କୁମାର ରାଜ୍ୟ ବାହାରେ ଥିବାରୁ ସେମାନଙ୍କୁ ଡିଆଇଜି ପାହ୍ୟାକୁ ପଦୋନ୍ନତି(ପ୍ରୋଫର୍ମା) ମିଳିଛି। ୨୦୦୫ ବ୍ୟାଚ୍‌ ଆଇପିଏସ୍‌ ସଞ୍ଜିବ ଆରୋରା, ଜୟନାରାୟଣ ପଙ୍କଜଙ୍କୁ ସିଲେକ୍‌ସନ୍‌ ଗ୍ରେଡ୍‌କୁ ପଦୋନ୍ନତି ପାଇଛନ୍ତି। ୨୦୦୦ ବ୍ୟାଚ୍‌ର ଆଇପିଏସ୍‌ ୟତିନ୍ଦ୍ର କୋୟଲ୍‌ଙ୍କୁ ଆଇଜି ପଦବିକୁ ପଦୋନ୍ନତି ଦିଆଯାଇଛି। ଏହି ବ୍ୟାଚ୍‌ର ଆଇପିଏସ୍‌ ପ୍ରତୀକ ମହାନ୍ତି କେନ୍ଦ୍ରୀୟ ଡେପୁଟେସନରେ ଥିଲେ ବି ତାଙ୍କୁ ଆଇଜି ପାହ୍ୟାକୁ ପଦୋନ୍ନତି ମିଳିଛି।

ନିଜ ନିଜ ପଦରେ ପଦୋନ୍ନତି ପାଇଲେ ୨୯ଜଣ ଆଇଏଏସ୍‌

ଭୁବନେଶ୍ୱର : ଆଜି ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ଏହି ବିଜ୍ଞପ୍ତି ଅନୁଯାୟୀ ୨୯ଜଣ ଆଇଏଏସ୍‌ ଅଫିସର ନିଜ ନିଜ ପଦରେ ଥାଇ ପଦୋନ୍ନତି ପାଇଛନ୍ତିି। ସେମାନଙ୍କ ପାଇଁ ପଦଗୁଡ଼ିକୁ ଉନ୍ନୀତ କରାଯାଇଛି। ତେବେ ସମସ୍ତ ପଦୋନ୍ନତି ଜାନୁଆରି ପହିଲାରୁ କାର୍ଯ୍ୟକାରୀ ହେବ। ଏ ନେଇ ପୂର୍ବରୁ ପଦୋନ୍ନତି ଘୋଷଣା କରିସାରିଛି ବିଭାଗ।

ସମ୍ବନ୍ଧିତ ଖବର