ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣ, ୪ ଯବାନ ଆହତ

ମାଲକାନଗିରି : ମାଲକାନଗିରି ସୀମାନ୍ତ ଛତିଶଗଡର ସୁକମା ଜିଲ୍ଲାର ଫୁଲବଗଡୀ ଗ୍ରାମ ନିକଟରେ ଲ୍ୟାଣ୍ଡ ମାଇନ ବିସ୍ଫୋରଣ ଘଟିଛି। ବିସ୍ଫୋରଣରେ ୪ ଜଣ ଯବାନ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି।ଡିଆଇଜି ସୁନ୍ଦରରାଜ ପିଙ୍କ କହିବା ଅନୁଯାୟୀ କାରଲାପାଲ ଠାରୁ ମାତ୍ର ୮ କିଲୋମିଟର ଦୂରରେ ଡିଆରଜି ଯବାନ ସର୍ଚ୍ଚ ଅପରେସନ କରୁଥିଲେ।ଏହି ସମୟରେ ନକ୍ସଲ ବୋମା ବିସ୍ଫୋରଣ କରିଥିଲେ। ଯାହାଫଳରେ ଯବାନ ବିସ୍ଫୋରଣର ଶିକାର ହୋଇଥିଲେ। ସମସ୍ତ ଆହତଙ୍କୁ ହେଲିକପ୍ଟର ଯୋଗେ ରାୟପୁର ସ୍ଥାନାନ୍ତରିତ କରାଯାଇଛି।

ସମ୍ବନ୍ଧିତ ଖବର