୪ ଜିଲ୍ଲା ପରିଷଦ ସହିତ ପଞ୍ଚାୟତ ଉପନିର୍ବାଚନ ୨୭ରେ ୨୮ ତାରିଖରେ ଗଣତି ଓ ଫଳାଫଳ

ସଂପୃକ୍ତ ଵାର୍ଡ, ପଞ୍ଚାୟତ, ‌ଜୋନରେ ଆଚରଣ ବିଧି ଲାଗୁ,

ଭୁବନେଶ୍ବର: ଆସନ୍ତା ମାସ ଅର୍ଥାତ୍ ନଭେମ୍ବର ୨୭ ତାରିଖରେ ରାଜ୍ୟରେ ଖାଲି ପଡିଥିବା ୪ଟି ଜିଲ୍ଲା ପରିଷଦ ସଭ୍ୟ, ୧୭ଟି ସରପଞ୍ଚ, ୨୧ଟି ସମିତି ସଭ୍ୟ ଓ ୩୦୩ଟି ଵାର୍ଡ ମେମ୍ବର ପଦବି ପୂରଣ ପାଇଁ ନିର୍ବାଚନ ହେବ। ରାଜ୍ୟ ନିର୍ବାଚନ କମିସନ ଆଜି ଏ ସଂକ୍ରାନ୍ତରେ ତାରିଖ େଘାଷଣା କରିଛନ୍ତି। ନିର୍ବାଚନ କମିସନଙ୍କ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି। ଏଥିସହିତ ନିର୍ବାଚନ ଅନୁଷ୍ଠିତ ହେବାକୁ ଥିବା ଵାର୍ଡ, ପଞ୍ଚାୟତ, ଜିଲ୍ଲା ପରିଷଦ େଜାନରେ ଆଦର୍ଶ ଆଚରଣ ବିଧି ଅକ୍ଟୋବର ୨୧ ତାରିଖରୁ ନଭେମ୍ବର ୨୮ ତାରିଖ ଯାଏ ବଳବତ୍ତର ରହିବ। ନିର୍ବାଚନ ହେବାକୁ ଥିବା ଜିଲ୍ଲା ପରିଷଦ େଜାନ୍ ଗୁଡିକ ହେଲା ଗଞ୍ଜାମ ଜିଲ୍ଲାର ୧୯-ଛତ୍ରପୁର, ଯାଜପୁର ଜିଲ୍ଲାର ୦୮-ଦାନଗଦି, େକାରାପୁଟ ଜିଲ୍ଲାର ୧୫- ପଟ୍ଟାଙ୍ଗୀ ଏବଂ ୧୦- ଦଶମନ୍ତପୁର।

ନିର୍ବାଚନ କମିସନଙ୍କ ବିଜ୍ଞପ୍ତି ଅନୁସାରେ, ସ୍ଥାନୀୟ ନିର୍ବାଚନ ଅଧିକାରୀମାନେ ଆସନ୍ତା ୨୯ ତାରିଖ ଦିନ ଏ ସଂକ୍ରାନ୍ତରେ ବିଜ୍ଞପ୍ତି ଜାରି କରିବେ। ଅକ୍ଟୋବର ୩୧ ତାରିଖ ଠାରୁ ସେପ୍ଟେମ୍ବର ୨ ତାରିଖ ମଧ୍ୟରେ ମନୋନୟନ ପତ୍ର ଗ୍ରହଣ କରାଯିବା ଲାଗି ଦିନ ଧାର୍ଯ୍ୟ େହାଇଛି। ୪ ତାରିଖରେ ପ୍ରାର୍ଥିପତ୍ର ଯାଞ୍ଚ ହେବ ଓ ୭ ତାରିଖ ୧୧ଟା ସୁଦ୍ଧା ପ୍ରାର୍ଥିପତ୍ର ପ୍ରତ୍ୟାହାର କରାଯାଇପାରିବ। ସେହିଦିନ ଅପରାହ୍ନ ୩ଟାରେ ଚୂଡାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ। ନଭେମ୍ବର ୨୭ ତାରିଖରେ ସକାଳ ୭ଟାରୁ ମଧ୍ୟାହ୍ନ ୧୨ଟା ଯାଏ େଭାଟ ଗ୍ରହଣ େହବ ଓ ୨୮ ତାରିଖରେ େଭାଟ ଗଣତି ସହିତ ଫଳାଫଳ ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର