ପୋଖରୀ ଭିତରୁ ୪ କେନ୍ଦୁଗଣ୍ଡି ଜବତ

ମୁରିବାହାଲ: ମୁରିବାହାଲ ରେଞ୍ଜ ଜଏଁତରା ସେକ୍ସନ କର୍ଲା ବିଟ ଜାମଲିସର ଗ୍ରାମର ଏକ ପୋଖରୀ ଭିତରୁ ବନ ବିଭାଗ ପକ୍ଷରୁ ୪ଟି କେନ୍ଦୁଗଣ୍ଡି ଜବତ କରାଯାଇଛି।

ଜବତ କେନ୍ଦୁଗଣ୍ଡି ୧୦ ସିଏଫ୍‌ଟି ହେବ ବୋଲି ଜଣାପଡ଼ିଛି। ଜଏଁତରା ଫରେଷ୍ଟର ଧ୍ରୁବଚରଣ ବଗର୍ତ୍ତି, ଗୁଲମୀ ଫରେଷ୍ଟର ରଞ୍ଜିତ ସିଂହଦେଓ, ଫରେଷ୍ଟଗାର୍ଡ ଶାନ୍ତନୁ ସିଂ ନିନା, ସୁମନ୍ତ ଧରୁଆ ପ୍ରମୁଖ ପାଣି ଭିତରୁ ଏହି କେନ୍ଦୁଗଣ୍ଡି ଉଦ୍ଧାର କରିଥିଲେ।

ସମ୍ବନ୍ଧିତ ଖବର