ଶ୍ରୀଲଙ୍କାରୁ ଫେରିଲେ ଫସିଥିବା ୪ ଓଡ଼ିଆ ଶ୍ରମିକ, ଅନ୍ୟ ୭ ଜଣଙ୍କୁ ଫେରାଇ ଆଣିବାକୁ କଲେ ଅନୁରୋଧ

ଭୁବନେଶ୍ୱର: ଶ୍ରୀଲଙ୍କାରେ ଫସିଥିବା ୧୧ ଜଣ ଓଡିଆ ଦାଦନ ଶ୍ରମିକଙ୍କ ମଧ୍ୟରୁ ଆଜି ୪ ଜଣ ଶ୍ରମିକ ଓଡ଼ିଶା ଫେରିଆସିଛନ୍ତି | ଏହି ୪ ଜଣ ଶ୍ରମିକ ହେଉଛନ୍ତି ଖୋର୍ଦ୍ଧା ବାଣପୁରର ଦେବରାଜ ନାୟକ, ଆଶିଷ ମହାରଣା, ପଙ୍କଜ ପ୍ରଧାନ ଏବଂ ବାଲେଶ୍ୱରରୁ କିସନ ତରାଇ । ବିମାନବନ୍ଦରରେ ଓହ୍ଲାଇବା ପରେ ଏହି ୪ ଜଣ ନିଜକୁ ଆଶ୍ୱସ୍ତ ମନେ କରିଛନ୍ତି । ଗଣମାଧ୍ୟମରେ ଶ୍ରୀଲଙ୍କାରେ ଫସିଥିବା ଦାଦନ ଶ୍ରମିକଙ୍କ ନିର୍ଯାତନାର ଖବର ପ୍ରସାରଣ ପରେ ଶ୍ରୀଲଙ୍କାରେ ଥିବା ଭାରତୀୟ ଦୂତାବାସ ଏହି ନିର୍ଯାତିତ ଶ୍ରମିକମାନଙ୍କ ସହିତ ସଂପର୍କ କରିଥିଲା ।

ପ୍ରଥମ ଦଫାରେ ୪ ଜଣ ଶ୍ରମିକ ଓଡିଶା ଫେରିଛନ୍ତି । ଶ୍ରୀଲଙ୍କାରେ ଥିବା ବାକି ୭ ଜଣ ଓଡିଆ ଶ୍ରମିକଙ୍କ ଫେରିବା ନେଇ ଭାରତୀୟ ଦୂତାବାସ ବ୍ୟବସ୍ଥା କରୁଛି । ବିମାନ ଯୋଗେ ଏମାନଙ୍କର ଓଡିଶା ଫେରିବା ନେଇ ବ୍ୟବସ୍ଥା କରିଛି ଭାରତୀୟ ଦୂତାବାସ । ଦଲାଲ ଜରିଆରେ ଶ୍ରୀଲଙ୍କାକୁ ଦାଦନ ଖଟିବାକୁ ଯାଇ ସେଠାରେ ଫସିଯାଇଥିଲେ ୧୧ ଜଣ ଓଡିଆ ଶ୍ରମିକ ।

ଫସିଥିବା ସମସ୍ତ ଓଡିଆ ଲୋକଙ୍କ ଘର ବାଣପୁର ଓ ବାଲୁଗାଁ ଅଂଚଳର ବୋଲି ଜଣାପଡିଛି । ଶ୍ରୀଲଙ୍କାରେ ସେମାନଙ୍କୁ ୧୫ ଘଣ୍ଟାରୁ ଅଧିକ ସମୟ ଖଟିବାକୁ ବାଧ୍ୟ କରାଯିବା ସହିତ ଭଲ ଖାଇବାକୁ ଦିଆଯାଉନଥିବା ସେମାନେ ଭିଡିଓ ଜରିଆରେ ଅଭିଯୋଗ କରି ସେମାନଙ୍କର ଫେରିବା ନେଇ ସହାୟତା କରିବାକୁ ନିବେଦନ କରିଥିଲେ । ଓଡିଶାର ଜଣେ ଦଲାଲ ଏହି ଲୋକଙ୍କୁ ନେଇ ସେଠାରେ ଜଣେ ଠିକାଦାରଙ୍କୁ ବିକ୍ରି କରିଦେଇଥିବା ଅଭିଯୋଗ ହୋଇଛି ।

ସମ୍ବନ୍ଧିତ ଖବର