ବାରିପଦା: ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ଆଜି ବାରିପଦା ବନ ବିଭାଗ ଚଢ଼ାଉ କରି ୪ଟି କଲରାପତରିଆ ବାଘ ଛାଲ ଜବତ କରିଛି | ବାଘ ଛାଲ ସହ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ସେମାନଙ୍କ ନିକଟରୁ ତିନିଟି ମୋବାଇଲ ଫୋନ ମଧ୍ୟ ଜବତ କରାଯାଇଛି | ମିଳିଥିବା ସୂଚନା ମୁତାବକ ବାରିପଦା ଡ଼ିଏଫଓଙ୍କୁ ଆଜି ବିଶ୍ୱସ୍ତ ସୂତ୍ରରୁ ବାଘ ଛାଲ ନେଇ ସୂଚନା ମିଳିଥିଲା | ଏହାପରେ ସେ ନିଜ ଟିମ ସହ ମୟୁରଭଞ୍ଜ ଜିଲ୍ଲା ବହଳଦା ଗାଁରେ ଚଢ଼ାଉ କରିଥିଲେ | ବାରିପଦା ବନ ବିଭାଗ, ଶିମିଳିପାଳ ବନ ବିଭଗ ଓ ରାଇରଙ୍ଗପୁର ବନ ବିଭାଗ ପକ୍ଷରୁ ମିଳିତ ଭାବେ ଚଢ଼ାଉ କରାଯାଇ ଥିଲା |
ତେବେ ଏହି ଅଭିଯୁକ୍ତମାନେ କାହାକୁ ଏହା ବିକ୍ରି କରିଥାନ୍ତେ ଓ ଏହା ପଛରେ କୌଣସି ରାକେଟ କାମ କରୁଛି କି ସେ ନେଇ ତଦନ୍ତ ଚାଲିଛି | ଉଲ୍ଲେଖ ଥାଉ କି ଗତକାଲି ଏସଟିଏଫ ପକ୍ଷରୁ ମଧ୍ୟ କଳାହାଣ୍ଡିରେ ଚଢ଼ାଉ କରାଯାଇ ୩ଟି କଲରାପତରିଆ ବାଘ ଛାଲ ଓ ୩ଟି ହରିଣ ଛାଲ ଜବତ କରାଯାଇଥିଲା | କଲରାପତରିଆ ବାଘ ଛାଲ ଡ଼ିଲ ବେଳେ ଏସଟିଏଫ ମାଡ଼ିବସିଥିଲା | କଳାହାଣ୍ଡି ଏମ୍ ରାମପୁର-ନର୍ଲାର ଶ୍ରୀପଲ୍ଲୀ ଛକରେ ଏସଟିଏଫ୍ ଚଢାଉ କରି ଖଗେଶ୍ୱର ପୁଟେଲ ନାମକ ବ୍ୟକ୍ତିଙ୍କୁ ଗିରଫ କରିଥିଲା ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/1e8d3de7-dd1e-4bc3-8804-726fd17c5a64.jpg)