ମାଲ୍‌ଗୋଦାମରେ ଦୁର୍ବୃତ୍ତଙ୍କ ଉତ୍ପାତ : ବ୍ୟବସାୟୀଙ୍କୁ ଧମକ, ଡାଲି ଗୋଦାମ ଲୁଟ; ୪ ଗିରଫ

କଟକ : ମାଲ୍‌ଗୋଦାମ ଡାଲି ଗୋଦାମରୁ ଦିନ ଦ୍ବିପ୍ରହରରେ ଡକାୟତି ହୋଇଛି। ପ୍ରାୟ ୬ ଜଣ ଦୁର୍ବୃତ୍ତ ସ˚ଘବଦ୍ଧ ଭାବେ ଜଣେ କର୍ମଚାରୀଙ୍କୁ ଆକ୍ରମଣ ଓ ପରେ ଚାରି ବସ୍ତା ଡାଲି ଚୋରି କରିନେଇଛନ୍ତି। ମାଲ୍‌ଗୋଦାମ ଥାନା ପୁଲିସ ଘଟଣାର ତଦନ୍ତ କରି ଚାରି ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ କରିଥିବା ବେଳେ ଆହୁରି ୨ ଜଣ ଫେରାର ହୋଇଯାଇଛନ୍ତି। ଗିରଫ ଅଭିଯୁକ୍ତମାନେ ହେଉଛନ୍ତି ମାଲ୍‌ଗୋଦାମ ଥାନା ବେହେରା ସାହିର ପର୍ଶୁରାମ ବେହେରା, ମୋହନ ବେହେରା, କୁନ୍ଥା ଓରଫ ରଞ୍ଜନ ବେହେରା ଏବ˚ ଗୋବିନ୍ଦ ବେହେରା। ପୁଲିସ ଚୋରି ହୋଇଥିବା ୪ ବସ୍ତା ଡାଲି ଜବତ କରିଥିବା ସୂଚନା ମିଳିଛି।

ଗତକାଲି ରାତି ପ୍ରାୟ ୧୨ଟା ବେଳେ ମାଲ୍‌ଗୋଦାମ ବେହେରା ସାହିର କିଛି ଅପରାଧୀ ଶ୍ରେଣୀୟ ବ୍ୟକ୍ତି ପି.କେ ଛାଟୋଇଙ୍କ ଗୋଦାମଙ୍କୁ ଆସିଥିଲେ। ସେଠାରୁ ତାଙ୍କୁ ଗାଳି ଗୁଲଜ କରିବା ସହିତ ବଚସା କରିଥିଲେ। ବଟି ମାଗି ଥିଲେ। ଆଜି ପାଖରେ ଥିବା ଆଉ ଏକ ଗୋଦାମରୁ ଡକାୟତି ହୋଇଛି। ଆଜି ରଜ ପାଇଁ ମାଲ୍‌ଗୋଦାମର ସମସ୍ତ ବ୍ୟବସାୟୀକ ପ୍ରତିଷ୍ଠାନ ବନ୍ଦ ଥିଲା। ଏହାର ସୁଯୋଗ ନେଇ ଚୌଧୁରୀ ଡାଲ୍‌ ମିଲ୍‌ର ତାଲା ଭାଙ୍ଗି ୬ ଜଣ ଦୁର୍ବୃତ୍ତ ସ˚ଘବଦ୍ଧ ଭାବେ ଗୋଦାମରେ ପଶି ଡାଲି ବସ୍ତା ଚୋରି କରି ନେଇଥିଲେ। ଦିନ ୨ଟା ବେଳେ ଏ ସମ୍ପର୍କରେ ଗୋଦାମ ମାଲିକ ଚାନ୍ଦିନୀଚୌକର ବିଶ୍ବନାଥ ଚୌଧୁରୀ ସୂଚନା ପାଇ ମାଲ୍‌ଗୋଦାମରେ ଅଭିଯୋଗ କରିଥିଲେ। ପାଖ ମହେନ୍ଦ୍ର ଅଗ୍ରଵାଲଙ୍କ ଗୋଦାମର ଆଜବେଷ୍ଟସ ମଧ୍ୟ ଦୁର୍ବୃତ୍ତମାନେ ଭାଙ୍ଗି ଦେଇଥିଲେ। ଦୁର୍ବୃତ୍ତଙ୍କ ଏଭଳି ଲୁଟ୍‌ପାଟ ଚାଲିଥିବା ବେଳେ ପାଖ ଗୋଦାମର ଜଣେ ଡ୍ରାଇଭର‌୍‌ ସ˚ଜୟ କୁମାର ମିଶ୍ରଙ୍କୁ ଆକ୍ରମଣ କରି ଆହତ କରିଥିଲେ। ପୁଲିସ ଘଟଣାର ତଦନ୍ତ କରି ମାଲ୍‌ଗୋଦାମ ଅଞ୍ଚଳରେ ଥିବା ଏକ ପରିତ୍ୟକ୍ତ ଘରୁ ଚୋରି ସାମଗ୍ରୀ ଜବତ କରିଥିବା ଥାନା ଆଇଆଇସି ରବି ନାରାୟଣ ଭଞ୍ଜ ସୂଚନା ଦେଇଛନ୍ତି। ଗୋଟିଏ ପଟେ ମାଲଗୋଦାମରେ ଅପରାଧୀକ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଇବାକୁ ପରିଚୟପତ୍ର ବ୍ୟବସ୍ଥା କାର୍ଯ୍ୟକାରୀ ହେଉଥିବା ବେଳେ ଅନ୍ୟପଟେ ଦୁର୍ବୃତ୍ତଙ୍କ ଏଭଳି ଉତ୍ପାତ ବ୍ୟବସାୟୀ ମହଲରେ ଅସନ୍ତୋଷ ସୃଷ୍ଟି କରିଛି। ପୁଲିସ ଏ ଦିଗରେ ଦୃଢ ପଦକ୍ଷେପ ନେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର