ନିର୍ବନ୍ଧ ବେଳେ ମନ୍ଦିର ପରିସରରେ ଲୁଟ୍‌, ୪ ଲୁଟେରା ଗିରଫ

ନୟାଗଡ଼ : ନୟାଗଡ଼ ଜଗନ୍ନାଥ ମନ୍ଦିର ପରସିରରେ ନିର୍ବନ୍ଧ ପାଇଁ ଆସିଥିବା ବ୍ୟକ୍ତିମାନଙ୍କ ଠାରୁ ଲୁଟ୍ ହୋଇଛି। ତିନି ଦୁର୍ବୃତ୍ତ ଛୁରି ଦେଖାଇ ଜଣେ ମହିଳାଙ୍କଠାରୁ ଭ୍ୟାନିଟି ବ୍ୟାଗ୍ ଲୁଟି ନେଇଛନ୍ତି। ଏହି ଘଟଣାରେ ସମ୍ପୃକ୍ତ ୪ ଅଭଯୁକ୍ତଙ୍କୁ ପୁଲିସ୍‌ ଗିରଫ କରିଛି।

ମିଳିଥିବା ସୂଚନା ଅନୁସାରେ, ରଣପୁର ଅଞ୍ଚଳର ପ୍ରତିଭା ପ୍ରିୟଦର୍ଶିନୀଙ୍କର ନିର୍ବନ୍ଧ ନୟାଗଡ଼ ପୁରୁଣା ସହରସ୍ଥିତ ଜଗନ୍ନାଥ ମନ୍ଦିରରେ କରାଯାଉଥିଲା। ନିର୍ବନ୍ଧ କାର୍ଯ୍ୟ ଚାଲିଥିବା ‌ବେଳେ ଦୁର୍ବୃତ୍ତମାନେ ପ୍ରଥମେ କିଛି କଥାକୁ ନେଇ ଯୁକ୍ତିତର୍କ କରିଥିଲେ। ଏହାପରେ ଜଣେ ମହିଳାଙ୍କଠାରୁ ଏକ ଭ୍ୟାନିଟ୍‌ ନେଇ ଯାଇଥିଲେ, ଯେଉଁଥିରେ ଏକ ମୋବାଇଲ ଫୋନ୍ ସମେତ ଗୋଟିଏ ସୁନା ମୁଦି, ଗୋଟିଏ ହଳ ସୁନା କାନ ଫୁଲ, ୨୪୦୦ ଟଙ୍କା, ଭୋଟ ପରିଚୟପତ୍ର, ଆଧାର କାର୍ଡ ଆଦି ରହିଥିଲା। ପୁଲିସ୍‌ ତଦନ୍ତ କରି ୪ ଅଭିଯୁକ୍ତଙ୍କୁ ଗିରଫ କରିଛି।

ସମ୍ବନ୍ଧିତ ଖବର