୪ ମିଲିସିଆ ଗିରଫ

କୋରାପୁଟ : କୋରାପୁଟ ଜିଲ୍ଲା ପୁଲିସ ୪ଜଣ ମିଲିସିଆଙ୍କୁ ଗିରଫ କରିଛି। ସେମାନେ ସମସ୍ତେ ମାଛକୁଣ୍ଡ ଥାନା କୁମାରପୁଟ ଗ୍ରାମର। ମାଓବାଦୀଙ୍କୁ ସହାୟତା କରୁଥିବା ଅଭିଯୋଗରେ ମାଛକୁଣ୍ଡ ଥାନା ପୁଲିସ ଗତକାଲି ଦନା କୁମାର, ଝିନୁ କୁମ୍ଭାର, ବାଲବା କୁମ୍ଭାର ଓ ଲଇଛନ ହନ୍ତାଳଙ୍କୁ ଗିରଫ କରିଥିଲା। ଆଜି ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଛି। ସୂଚନା ଅନୁସାରେ ଗତ ଡିସେମ୍ବର ମାସରେ ବିଜେଡି ନେତା ଇଶ୍ୱର ପାଣିଗ୍ରାହୀଙ୍କ ଫାର୍ମ ହାଉସକୁ ମାଓବାଦୀମାନେ ଆସି ଧମକଚମକ ଦେବା ସହ ପୋଷ୍ଟର ମାରିଥିଲେ। ଏଥିନେଇ ମାଛକୁଣ୍ଡ ଥାନାରେ ୯୭/୧୭ରେ ଏକ ମାମଲା ରୁଜୁ ହୋଇଥିଲା। ଏହି ମାମଲାର ତଦନ୍ତ ସମୟରେ ପୁଲିସ ଏହି ଲୋକଙ୍କ ସଂପୃକ୍ତି ଥିବା ଜାଣି ପାରି ଥିଲା। ମାଓବାଦୀଙ୍କ ନନ୍ଦପୁର ଏରିଆ କମିଟି ପାଇଁ ଏମାନେ କାମ କରୁଥିଲେ। ବିଭିନ୍ନ ସମୟରେ ମାଓବାଦୀଙ୍କ ସହ ସଂପର୍କରେ ରହିବା ସହ ସେମାନଙ୍କୁ ସାହାଯ୍ୟ କରୁଥିଲେ।

ସମ୍ବନ୍ଧିତ ଖବର