ନୂଆପଡ଼ା: ମାଓ-ପୁଲିସଙ୍କ ମଧ୍ୟରେ ଗୁଳିବିନିମୟ ଘଟଣାରେ ୪ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ନେଇ ନୂଆପଡ଼ା ଏସପି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଏହାଛଡ଼ା ଏକ ବଡ଼ ମାଓ ଶିବିର ଠାବ କରାଯିବା ସହ ବିପୁଳ ପରିମାଣର ମାଓ ସାମଗ୍ରୀ ଜବତ କରାଯାଇଛି।
ନୂଆପଡା ଜିଲ୍ଲା ଏସପି କାର୍ଯ୍ୟାଳୟଠାରେ ଆରକ୍ଷୀ ଅଧୀକ୍ଷକ ପ୍ରତ୍ୟୁଷ ଦିବାକର ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ କହିଛନ୍ତି, ଏସଓଜି, ଡିଭିଏଫ ଏବଂ ସିଆରପିଏଫ ଯବାନଙ୍କ ମିଳିତ କୁମ୍ବିଙ୍ଗ ବେଳେ ମାଓ-ଯବାନ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏହି ଗୁଳି ବିନିମୟରେ ଉଭୟ ପକ୍ଷରୁ ଗୁଳିଚଳନା ହୋଇଥିଲା। ମାଓବାଦୀମାନେ ଛତ୍ରଭଙ୍ଗ ଦେଇ ପଳାୟନ କରିଥିଲେ।
ପୁଣି ରିକୁମ୍ବିଙ୍ଗ ବେଳେ ଜାନୁଆରି ୧୦ ତାରିଖ ଦିନ ଏକ ମାଓ କ୍ୟାମ୍ପ ଠାବ କରିଥିଲେ। କ୍ୟାମ୍ପରୁ ବିପୁଳ ମୋ ସାମଗ୍ରୀ ଜବତ ହୋଇଅଛି। ଏହି ଗୁଳିବିନିମୟ ମଧ୍ୟରେ ୩/୪ ଜଣ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ବେଳେ ୫ରୁ ଅଧିକ ଆହତ ହୋଇଥିବା ଅନୁମାନ କରାଯାଉଛି। ଗୁଳିଚଳନା କରି ମାଓବାଦୀମାନେ ମୃତ ଶରୀରକୁ ଜଙ୍ଗଲ ଭିତରକୁ ନେଇଯାଇଥିବା ସୂଚନା ଦେଇଛନ୍ତି। ପୁଲିସ ଏହି ସମ୍ମିଳନୀରେ ୨୧୬ ସିଆରପିଏଫ ବାଟାଲିୟନ କମାଣ୍ଡାଣ୍ଟ ରାଜେଶ ଭତ୍ସ, ଦ୍ୱିତୀୟ କମାଣ୍ଡାଣ୍ଟ ଧୀରଜ ସିଂ ପ୍ରମୁଖ ଉପସ୍ଥିତ ଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/nuap.jpg)