ଫୁଲବାଣୀ : ବେଶ୍ କିଛିଦିନର ବ୍ୟବଧାନରେ ପରେ ଆଜି ସନ୍ଧ୍ୟାରେ କନ୍ଧମାଳରେ ପୁଲିସ ଓ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ଘଟିଛି। ଏଥିରେ ଦୁଇଜଣ ମହିଳା ମାଓବାଦୀଙ୍କ ସମେତ ୪ ଜଣ ମାଓବାଦୀଙ୍କ ମୃତ୍ୟୁ ଘଟିଛି। ଘଟଣାସ୍ଥଳରୁ ପୁଲିସ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ସହ ବହୁ ମାଓ ସାମଗ୍ରୀ ଜବତ କରିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ଅନୁଯାୟୀ, ସୁଡ୍ରୁକୁମ୍ପା ଜଙ୍ଗଲ ନିକଟସ୍ଥ ଗୋଲାଙ୍କି ଗ୍ରାମରେ ମାଓବାଦୀମାନେ ମେଳି କରିଥିବା ନେଇ କୌଣସି ସୂତ୍ରରୁ ଖବର ପାଇଁ ପୁଲିସ ପକ୍ଷରୁ କମ୍ବିଂ ଅପରେସନ କରାଯାଇଥିଲା। ଏହି ସମୟରେ ମାଓବାଦୀଙ୍କ ପକ୍ଷରୁ ଗୁଳିମାଡ଼ ଆରମ୍ଭ ହୋଇଥିଲା। ମାଓବାଦୀଙ୍କୁ ପାଲଟା ଜବାବ ଦେବାକୁ ଯାଇ ପୋଲିସ ପକ୍ଷରୁ ଗୁଳିମାଡ଼ ଆରମ୍ଭ ହୋଇଯାଇଥିଲା। କିଛି ସମୟ ଧରି ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଜାରି ରହିଥିଲା। ଏହାପରେ ମାଓବାଦୀମାନେ ପୁଲିସକୁ ସାମ୍ନା କରିନପାରି ଖସିଯିବାରେ ସଫଳ ହୋଇଥିବା ବେଳେ ଘଟଣାସ୍ଥଳରୁ ପୋଲିସ ୪ ଜଣ ମାଓବାଦୀଙ୍କ ମୃତ ଦେହ ଜବତ କରିଛି। ଏଥିସହିତ ପୁଲିସ ସେଠାରୁ ୮ଟି ରାଇଫଲ, ଏକେ-୪୭ ବନ୍ଧୁକ ସହ ବହୁ ମାଓ ସାମଗ୍ରୀ ଜବତ କରିଛି।
ବର୍ତ୍ତମାନ ପୁଲିସ ପକ୍ଷରୁ କମ୍ବିଂ ଅପେରସନକୁ ଜୋରଦାର କରାଯାଇଛି। ମୃତାହତଙ୍କ ସଂଖ୍ୟା ବଢ଼ିପାରେ ବୋଲି ପୁଲିସ ଆଶଙ୍କା କରୁଛି। ଘଟଣାସ୍ଥଳକୁ ଅଧିକ ସଂଖ୍ୟାରେ ଯବାନଙ୍କୁ ପଠାଯାଇଛି।