ଜାତୀୟ ଉଷୁ‌ରେ ବଡ଼ବିଲ ଖେଳାଳିଙ୍କୁ ୪ ପଦକ

ଯୋଡ଼ା : ବଡ଼ବିଲ ଜେଏସପି ଫାଉଣ୍ଡେସନ ଦ୍ୱାରା ପ୍ରୋତ୍ସାହନ ପାଇଥିବା ଯୋଡ଼ା ଏବଂ ବଡ଼ବିଲ ଚାରିଜଣ ଖେଳାଳି କେରଳର କୋଝିକୋଡ଼ରେ ଅନୁଷ୍ଠିତ ୨୧ତମ ଜାତୀୟ ଜୁନିଅର ଉଷୁ ଚାମ୍ପିଅନସିପ୍‌ରେ ଅଂଶଗ୍ରହଣ କରି ୪ଟି ପଦକ ଜିତିଛନ୍ତି। ଏଥିରେ ଦୁଇଟି ସ୍ଵର୍ଣ୍ଣ, ଗୋଟିଏ ରୌପ୍ୟ ଓ ଗୋଟିଏ ବ୍ରୋଞ୍ଜ ପଦକ ରହିଛି। ବବୁଲୁ ମୁଣ୍ଡା ଓ ରାଜେଶ ମୁଣ୍ଡା ୪୮ କେଜି ବର୍ଗରେ ସ୍ୱର୍ଣ୍ଣ ପଦକ ଜିତିଥିବା ବେଳେ ପ୍ରେମ ମୁଣ୍ଡା ଏବଂ ରାଜକୁମାର ମୁଣ୍ଡା ୪୫ କେଜି ବର୍ଗରେ ଯଥାକ୍ରମେ ରୌପ୍ୟ ଏବଂ ବ୍ରୋଞ୍ଜ ପଦକ ଜିତିଛନ୍ତି।

ଯୋଡ଼ା, ବଡ଼ବିଲ ଖେଳାଳିଙ୍କ ଏହି ସଫଳତା ସମ୍ପର୍କରେ କମ୍ପାନିର ସଭାପତି ତଥା ସିଏସ୍ଆର୍ ମୁଖ୍ୟ ଏବଂ କର୍ପୋରେଟ୍ ଯୋଗାଯୋଗ ବିଭାଗ ମୁଖ୍ୟ ପ୍ରଶାନ୍ତ ହୋତା କହିଛନ୍ତି, ଏହି ସଫଳତା ଆଦିବାସୀ ବହୁଳ ଅଞ୍ଚଳରେ ଯୁବକମାନଙ୍କ ଆତ୍ମବିଶ୍ୱାସ ବଢ଼ାଇବା ସହ ଜୀବନରେ ସମସ୍ତ ବାଧାବିଘ୍ନକୁ ସମ୍ମୁଖୀନ ହେବା ପାଇଁ ସାହାଯ୍ୟ କରିବ। ପଦକ ବିଜେତାଙ୍କୁ ସେ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।

ସମ୍ବନ୍ଧିତ ଖବର