ଭୁବନେଶ୍ୱର: ଆସନ୍ତାକାଲି ଚତୁର୍ଥ ପର୍ଯ୍ୟାୟର ଭୋଟ ଗ୍ରହଣ ହେବ। ଆସନ୍ତାକାଲି ରାଜ୍ୟର ଚାରି ଜଣ ମନ୍ତ୍ରୀଙ୍କ ଭାଗ୍ୟ ପରୀକ୍ଷା ହେଉଛି। ଏମାନଙ୍କ ମଧ୍ୟରେ ଅଛନ୍ତି ରାଜ୍ୟର ଅର୍ଥମନ୍ତ୍ରୀ ଶଶି ଭୂଷଣ ବେହେରା। ଏଥର ସେ କେନ୍ଦ୍ରପଡ଼ା (ସଂରକ୍ଷିତ) ଆସନରୁ ବିଜେଡି ପ୍ରାର୍ଥୀ ଭାବେ ବିଧାନସଭା ନିର୍ବାଚନ ଲଢ଼ୁଛନ୍ତି। ଠିକ୍‌ ସେହିପରି ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ ଏଥର ଭଣ୍ଡାରୀପୋଖରୀ ନିର୍ବାଚନ ମଣ୍ଡଳୀରୁ ବିଜେଡିର ବିଧାୟକ ପ୍ରାର୍ଥୀ ଅଛନ୍ତି। ତାଙ୍କ ବିପକ୍ଷରେ ପିସିସି ସଭାପତି ନିରଂଜନ ପଟ୍ଟନାୟକ ଏଥର କଂଗ୍ରେସରୁ ପ୍ରାର୍ଥୀ ହୋଇଛନ୍ତି। ଏ ଦୃଷ୍ଟିରୁ ଏଠାରେ ଜବରଦସ୍ତ ଟକ୍‌କର ଦେଖିବାକୁ ମିଳୁଛି।

Advertisment

ଉଚ୍ଚଶିକ୍ଷା ଓ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ ମଧ୍ୟ ଭୋଗରାଇରୁ ଏଥର ନିଜର ଭାଗ୍ୟ ପରୀକ୍ଷା କରୁଛନ୍ତି। ଆସନ୍ତାକାଲି ଏଠାରେ ବି ମତଦାନ ହେଉଛି। ଠିକ୍‌ ସେହିପରି ଆଇନ୍‌,ସ୍ୱାସ୍ଥ୍ୟ ,ସୂଚନା ଓ ଲୋକ ସଂପର୍କ ବିଭାଗର ମନ୍ତ୍ରୀ ପ୍ରତାପ ଜେନା ଲଢ଼ୁଥିବା ମାହଙ୍ଗା ନିର୍ବାଚନ ମଣ୍ଡଳୀରେ ଆସନ୍ତାକାଲି ଭୋଟ ଗ୍ରହଣ ହେବ।

ଅପରପକ୍ଷରେ ଆସନ୍ତାକଲି ପୂର୍ବତନ ମନ୍ତ୍ରୀ ପ୍ରମିଳା ମଲ୍ଲିକ (ବିଂଝାରପୁର) ଅମର ଶତପଥୀ (ବଡଚଣା) ,ପ୍ରଣବ ପ୍ରକାଶ ଦାସ (ଯାଜପୁର), ଅତନୁ ସବ୍ୟସାଚୀ ନାୟକ (ମହାକାଳପଡ଼ା) ଓ ସୁଦାମ ମାରାଣ୍ଡ (ବାଙ୍ଗିରିପୋଷ) ଙ୍କର ଭାଗ୍ୟପରୀକ୍ଷା ହେବ।