୪ ମୋବାଇଲ ଚୋର ଗିରଫ

ବଡ଼ବିଲ: ବଡ଼ବିଲ୍ ପୁଲିସ ଆଜି ଚଢ଼ଉ କରି ୪ ଜଣ ମୋବାଇଲ ଚ‌ୋରଙ୍କୁ ଗିରଫ କରିବା ସହିତ ସେମାନଙ୍କ ନିକଟରୁ ୨୧ ଟି ମୋବାଇଲ୍ ଉଦ୍ଧାର କରିଛି। ଗିରଫ ବ୍ୟକ୍ତିମାନେ ହେଲେ ସଂଜୟ ଫ୍ରାନସିସ୍(୧୯) ଓ ସିପୁଲ ନାଏକ(୧୮) ଏବଂ ଦୁଇ ନାବାଳକ।

ଗତ କିଛି ମ‌ାସ ହେବ ବଡ଼ବିଲ ସହରରେ ମୋବାଇଲ ଲୁଟେରାଙ୍କ ଦୌରାତ୍ମ୍ୟରେ ବଡ଼ବିଲବାସୀ ଅତିଷ୍ଠ ହୋଇପଡ଼ିଥିଲେ। ବଡ଼ବିଳ ସହରର ଦୈନିକ ହାଟ କୁହନ୍ତୁ କିମ୍ବା ସାପ୍ତାହିକ ହାଟ ଏବଂ ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ମୋବାଇଲ ଲୁଟେରାଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଥିଲା। ଏନେଇ ଏକାଧିକ ଲିଖିତ ଅଭିଯୋଗ ହେବାପରେ ବଡ଼ବିଲ ପୁଲିସ ତତ୍ପରତା ପ୍ରକାଶ କରି ଦୈନିକ ହାଟ, ସାପ୍ତାହିକ ହାଟ, ଜନଗହଳିପୂର୍ଣ୍ଣ ସ୍ଥାନ, ରେଳ ଷ୍ଟେସନ ଭଳି ସ୍ଥାନରେ ସାଦା ପୋଷାକରେ ପୁଲିସର ଏକ ସ୍ବତନ୍ତ୍ର ଟିମ କଡ଼ା ନଜର ରଖିଥିଲା।  ଆଜି ବଡ଼ବିଲ ପୁଲିସକୁ ମିଳିଛି ସଫଳତା। ମୋବାଇଲ ଚୋରି ଓ ଲୁଟ୍ ଘଟଣାରେ ଆଜି ଦୁଇଜଣ ନାବାଳକଙ୍କ ସହିତ ୪ ଜଣଙ୍କୁ ଗିରଫ କରିଛି।  ସେମାନଙ୍କ ନିକଟରୁ ୨୧ ଟି ଚୋରି ମୋବାଇଲ ଉଦ୍ଧାର କରାଯାଇଛି। ଏନେଇ ବଡ଼ବିଲ ଥାନାରେ କେସ୍ ନମ୍ବର-୧୨୦/୨୨, ଧାରା ୩୯୨ ଆଇପିସିରେ ମାମଲା ରୁଜୁ କରାଯାଇ ଅଧିକ ତଦନ୍ତ ଜାରି ରହିଛି। ବଡ଼ବିଲ ପୌରାଂଚଳ ୪ ନମ୍ବର ୱାର୍ଡ ଶ୍ରୀରାମ ନଗର ଅଞ୍ଚଳର ସଞ୍ଜୟ ଫ୍ରାନସିସ୍(୧୯) ଓ ସିପୁଲ ନାଏକ(୧୮)ଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ବଡ଼ବିଲ ଥାନା ଅଧିକାରୀ ସୁଶାନ୍ତ କୁମାର ଦାଶ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର