ସମ୍ବଲପୁର: ଆଜି ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍ ଖୋଲାଯାଇଛି। ଆଗାମୀ ଦିନରେ ପୁଣି ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବା ବେଳେ ଜଳ ପ୍ରବେଶ ମାତ୍ରା ବଢ଼ୁଥିବାରୁ ଗୁରୁବାର ଦିନ ହୀରାକୁଦ ଜଳଭଣ୍ଡାରର ପର୍ଯ୍ୟାୟକ୍ରମେ ୧୦ଟି ଗେଟ୍ ଖୋଲାଯାଇଥିଲା। ଏବେ ମୋଟ ୧୪ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ ହେଉଛି। ସୂଚନାଯୋଗ୍ୟ, ଗୁରୁବାର ରାତି ୯ଟାରେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ୬୧୩. ୭୯ ଫୁଟ୍ରେ ପହଂଚିଥିଲା। ଏହି ସମୟରେ ଜଳଭଣ୍ଡାରକୁ ୩,୬୫,୨୩୪ କ୍ୟୁସେକ ଜଳପ୍ରବେଶ କରୁଥିବା ବେଳେ ଜଳଭଣ୍ଡାରରୁ ୧,୮୦,୬୬୯ କ୍ୟୁସେକ ଜଳ ନିଷ୍କାସିତ ହେଉଥିଲା। ଜଳଭଣ୍ଡାରରୁ ୧୦ଟି ଗେଟ୍ ଦେଇ ୧,୫୧,୫୫୦ କ୍ୟୁସେକ ଏବଂ ପାୱାର ଚାନେଲ ଦେଇ ୨୫,୯୯୩ କ୍ୟୁସେକ ଜଳ ମହାନଦୀରେ ଛଡ଼ାଯାଇଥିଲା। ଜଳସେଚନ ପାଇଁ ବିଭିନ୍ନ କେନାଲରେ ସର୍ବମୋଟ ୨୮୭୪ କ୍ୟୁସେକ ଜଳ ନିଷ୍କାସିତ ହେଉଛି। ସେହିପରି ଶିଳ୍ପାନୁଷ୍ଠାନଗୁଡ଼ିକ ୨୫୨ କ୍ୟୁସେକ ଜଳ ଟାଣୁଛନ୍ତି।
ହୀରାକୁଦ ଜଳ ପରିଚାଳନା ପାଇଁ ଥିବା ରୁଲ୍ କର୍ଭ ଅନୁସାରେ, ଅଗଷ୍ଟ ୧୧ ତାରିଖରେ ଜଳସ୍ତର ସର୍ବନିମ୍ନ ୬୦୫ ଫୁଟ୍ ଏବଂ ସର୍ବାଧିକ ୬୧୫ ମଧ୍ୟରେ ରହିବା କଥା। ଗତ ବର୍ଷ ୧୧ ଅଗଷ୍ଟରେ ଜଳସ୍ତର ଥିଲା ୬୧୧ ଫୁଟ୍ ମଧ୍ୟରେ ରହିଥିଲା।
ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ୍ ଖୋଲାଗଲା: ମୋଟ ୧୪ଟି ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସନ
/sambad/media/post_attachments/wp-content/uploads/2022/08/4c8e5a0f-a57c-46ec-a3ee-cad42390615b.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)