ସୋନପୁର: ସୋନପୁର ଜିଲ୍ଲାର ତିନିଟି ବ୍ଲକରେ ଆଜି ୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଜିଲ୍ଲାପାଳ ମନୀଷା ବାନାର୍ଜୀ ଟୁଇଟ ଜରିଆରେ ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆଜି ଜିଲ୍ଲାରୁ ଚିହ୍ନଟ ୪ କରୋନା ପଜିଟିଭଙ୍କ ମଧ୍ୟରୁ ସୋନପୁର ବ୍ଲକର ୨ ଜଣ ଓ ତରଭା ଏବଂ ଡୁଙ୍ଗୁରିପାଲି ବ୍ଲକର ଜଣେ ଲେଖାଏଁ ଅଛନ୍ତି। ବାହାର ରାଜ୍ୟରୁ ଫେରିଥିବା ଏହି ବ୍ୟକ୍ତିମାନେ ସଂଗରୋଧ କେନ୍ଦ୍ରରେ ଥିଲେ। ସେମାନଙ୍କର ସ୍ୱାବ ନମୁନା ପରୀକ୍ଷା ପାଇଁ ପଠାଯାଇଥିଲା। ଆଜି ନମୁନା ରିପୋର୍ଟ ଆସିବା ପରେ ୪ ଜଣ ବ୍ୟକ୍ତି କରୋନା ପଜିଟିଭ ଥିବା ଜଣାପଡ଼ିଛି। ସେମାନଙ୍କୁ କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ତେବେ ଏଥିରେ ଭୟଭୀତ ହେବାର କିଛି ନାହିଁ ବୋଲି ଜିଲ୍ଲାବାସୀଙ୍କୁ ସୂଚିତ କରିଛନ୍ତି ଜିଲ୍ଲାପାଳ।
4 more positive cases have been detected today in Sonepur District. Two from Sonepur block, one each from Tarbha and Dunguripali. All were staying at TMC and are being shifted to Covid Health Centre. No need to panic
— Collector Subarnapur (@DM_Subarnapur) May 27, 2020
ସୂଚନାଯୋଗ୍ୟ, ସୋନପୁର ଜିଲ୍ଲାରେ ଗତ ୨୫ ତାରିଖ ପ୍ରଥମ କରୋନା ପଜିଟିଭ ଚିହ୍ନଟ ହୋଇଥିଲା। ଆଜିର ୪ ଜଣଙ୍କୁ ମିଶାଇ .ସେଠାରେ କରୋନା ପଜିଟିଭ ସଂଖ୍ୟା ୫ରେ ପହଞ୍ଚିଛି। ଜିଲ୍ଲାରେ ୨୬ ତାରିଖ ଯାଏଁ ୧୯୬୬ ନମୁନା ସଂଗ୍ରହ କରାଯାଇଛି। ଏଥିରୁ ୧୦୧୫ଟି ରିପୋର୍ଟ ମିଳିଛି।