ଆଉ ୪ ସ୍ବତନ୍ତ୍ର ଟ୍ରେନ୍‌ ବାତିଲ୍‌, ସପ୍ତାହାନ୍ତରେ ଗଡ଼ିବନି ୧୧ ଯୋଡ଼ା‌ ଟ୍ରେନ୍‌

ଭୁବନେଶ୍ବର : ଯାତ୍ରୀ ନ ହେବାରୁ ପୂର୍ବତଟ ରେଳପଥ ପକ୍ଷରୁ ଆଉ ୪ଟି ଦୈନିକ ସ୍ବତନ୍ତ୍ର ଟ୍ରେନ୍‌ ବାତିଲ ହୋଇଛି। ଭୁବନେଶ୍ବର-ଜଗଦଲପୁର ସ୍ବତନ୍ତ୍ର ଟ୍ରେନ୍‌ ମେ’ ୮ରୁ ୨୨ ପର୍ଯ୍ୟନ୍ତ ବାତିଲ ହୋଇଥିବା ବେଳେ ଜଗଦଲପୁର-ଭୁବନେଶ୍ବର ସ୍ବତନ୍ତ୍ର ଟ୍ରେନ୍‌ ମେ’ ୯ରୁ ୨୩ ପର୍ଯ୍ୟନ୍ତ ବାତିଲ କରାଯାଇଛି। ବିଶାଖାପାଟଣା-କିରାଣ୍ଡୁଲ ଦୈନିକ ସ୍ବତନ୍ତ୍ର ଟ୍ରେନ ମେ’ ୭ରୁ ୨୧ ଏବଂ କିରାଣ୍ଡୁଲ-ଭୁବନେଶ୍ବର ସ୍ବତନ୍ତ୍ର ଟ୍ରେନ ମେ’ ୮ରୁ ୨୨ ତାରିଖ ଯାଏ ବାତିଲ ରହିବ। ଓଡ଼ିଶାରେ ପ୍ରତି ଶନିବାର ଓ ରବିବାର ସପ୍ତାହାନ୍ତ ସଟ୍‌ଡାଉନ୍‌ ହେଉଥିବାରୁ ଆସନ୍ତା ଦୁଇ ସପ୍ତାହ ଲାଗି ୧୧ ଯୋଡ଼ା ଦୈନିକ ସ୍ବତନ୍ତ୍ର ଟ୍ରେନ୍‌ ବାତିଲ୍‌ କରିବାକୁ ନିଷ୍ପତ୍ତି ହୋଇଛି। ମେ’ ୮, ୯, ୧୫ ଓ ୧୬ରେ ୨୨ଟି ଟ୍ରେନ୍‌ ବାତିଲ୍‌ ରହିବ ବୋଲି ପୂର୍ବତଟ ରେଳପଥ ପକ୍ଷରୁ ଘୋଷଣା କରାଯାଇଛି। ଉକ୍ତ ଟ୍ରେନ୍‌ଗୁଡ଼ିକ ହେଲା, ଭୁବନେଶ୍ବର-କେନ୍ଦୁଝର-ଭୁବନେଶ୍ବର, ପୁରୀ-ଅନୁଗୁଳ-ପୁରୀ, ଭୁବନେଶ୍ବର-ଭଦ୍ରକ-ଭୁବନେଶ୍ବର, ପୁରୀ-କଟକ-ପୁରୀ, କଟକ-ଭଦ୍ରକ-କଟକ, କଟକ-ପାରାଦୀପ-କଟକ, କଟକ-ଭଦ୍ରକ-କଟକ, ବିଶାଖାପାଟଣା-ରାୟପୁର-ବିଶାଖାପାଟଣା, ଭୁବନେଶ୍ବର-ପଲାସା-ଭୁବନେଶ୍ବର, ସମ୍ବଲପୁର-ରାୟଗଡ଼ା-ସମ୍ବଲପୁର ସ୍ବତନ୍ତ୍ର ଟ୍ରେନ୍‌। ସେହିପରି ଭୁବନେଶ୍ୱର-ବାଙ୍ଗିରିପୋସି-ଭୁବନେଶ୍ୱର ସ୍ପେଶାଲ ଟ୍ରେନ୍‌ ଭୁବନେଶ୍ୱରରୁ ମେ’ ୮, ୯, ୧୫ ଓ ୧୬ ଏବଂ ବାଙ୍ଗିରିପୋଷିରୁ ୯, ୧୦, ୧୧, ୧୭ରେ ବାତିଲ ରହିବ।

ସମ୍ବନ୍ଧିତ ଖବର