ଶୁଳିଆପଦା : ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ୍ ବାଘଡା ପଞ୍ଚାୟତ ଅଧୀନ ଶିଙ୍ଗଡା ଗ୍ରାମର ଉତ୍ତମ କୁମାର ଧଳଙ୍କ ପତ୍ନୀ ଝୁନୁ ରାଣୀ ମଙ୍ଗଳବାର ଦିନ ବାରିପଦାସ୍ଥ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜରେ ଏକାସଙ୍ଗେ ୩ଟି କନ୍ୟା ଓ ଗୋଟିଏ ଶିଶୁପୁତ୍ରକୁ ଜନ୍ମ ଦେଇ ଚର୍ଚ୍ଚାକୁ ଆସିଥିଲେ। ସେମାନଙ୍କ ଓଜନ ଯଥାକ୍ରମେ ୬୮୦ ଗ୍ରାମ, ୫୮୦ ଗ୍ରାମ, ୭୩୦ ଗ୍ରାମ, ୯୦୦ ଗ୍ରାମ ଥିଲା। ତେବେ ଜନ୍ମ ପରେ ଶିଶୁମାନଙ୍କ ଅବସ୍ଥା ସ୍ବାଭାବିକ ଥିଲେ ହେଁ ଜଣକ ପରେ ଜଣେ ୪ଟି ଯାକ ହସ୍ପିଟାଲରେ ଶିଶୁ ଆଖି ବୁଜିଛନ୍ତି।
ସୂଚନା ମୁତାବକ ପ୍ରସବ ସମୟର ଯଥେଷ୍ଟ ପୂର୍ବରୁ ଶିଶୁଗୁଡ଼ିକ ଜନ୍ମ ହୋଇଥିବାରୁ ଏବଂ ଓଜନ ଯଥେଷ୍ଟ କମ୍ ହୋଇଥିବାରୁ ସେମାନଙ୍କୁ ହସ୍ପିଟାଲର ଏସ୍ଏନ୍ସିୟୁରେ ରଖି ଚିକିତ୍ସା କରାଯାଉଥିଲା। ତେବେ ଗତକାଲି ବିଳମ୍ବିତ ରାତିରେ ୨ଟି ଶିଶୁର ମୃତ୍ୟୁ ହୋଇଥିବାବେଳେ ଆଜି ଭୋର ୪ଟାରେ ଜଣକର ଓ ଦିନ ୧ଟା ଭିତରେ ଆଉ ଜଣଙ୍କ ମୃତ୍ୟୁ ହୋଇଥିଲା। ୪ଟି ନବଜାତ ଶିଶୁକୁ ହରାଇ ଦୁଃଖରେ ମା’ ଭାଙ୍ଗି ପଡ଼ିଛନ୍ତି। ଆଜି ଅପରାହ୍ନରେ ଝୁନୁ ଡାକ୍ତରଖାନାରୁ ନିଜ ଘରକୁ ଫେରିଥିବାବେଳେ ସ୍ବାସ୍ଥାବସ୍ଥା ସ୍ବାଭାବିକ ଥିବା ଜଣାପଡିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/10/bls1-750x430-1-1.jpg)