ଭୁବନେଶ୍ୱର : କେନ୍ଦ୍ର ସରକାରଙ୍କ ଅଧୀନରେ କାର୍ଯ୍ୟରତ ଓଡ଼ିଶା କ୍ୟାଡରର ବରିଷ୍ଠ ଆଇଏଏସ୍ ଅଧିକାରୀ ଏବଂ ବରିଷ୍ଠ ଓଡ଼ିଆ ଆଇଏଏସ୍ ଅଧିକାରୀ କେନ୍ଦ୍ର ସଚିବ ପାହ୍ୟା ତାଲିକାଭୁକ୍ତ ହୋଇଛନ୍ତି। ୧୯୮୬ ବ୍ୟାଚ୍ ଆଇଏଏସ୍ ଜି.ଭି. ଭେନୁଗୋପାଳ ଶର୍ମା କେନ୍ଦ୍ରୀୟ ସଚିବ ପାହ୍ୟା ତାଲିକାଭୁକ୍ତ ହୋଇଥିବା ବେଳେ ୧୯୮୫ ବ୍ୟାଚର ବରିଷ୍ଠ ଓଡ଼ିଆ ଆଇଏଏସ୍ ସି. ଜି. ମୁର୍ମୁ, ଛବିଳେନ୍ଦ୍ର ରାଉଳ ଓ ୧୯୮୬ ବ୍ୟାଚର ଗୁରୁ ପ୍ରସାଦ ମହାପାତ୍ର ଏବଂ ମନୋଜ ପରିଡା ମଧ୍ୟ ଏହି ପାହ୍ୟାରେ ସାମିଲ ହୋଇଛନ୍ତି। ଏହିପରି ୧୯୯୦ ବ୍ୟାଚର ଓଡ଼ିଆ କ୍ୟାଡରର ଆଇଏଏସ୍ ଅଧିକାରୀ ମନୋଜ ଆହୁଜା, ସଞ୍ଜୀବ ଚୋପ୍ରା, ଜି. ଶ୍ରୀନିବାସ, ଆରତୀ ଆହୁଜା ଓ ନିତୀନ ଚନ୍ଦ୍ରା କେନ୍ଦ୍ରୀୟ ଅତିରିକ୍ତ ସଚିବ ପାହ୍ୟା ତାଲିକାଭୁକ୍ତ ହୋଇଛନ୍ତି।
୪ ବରିଷ୍ଠ ଓଡ଼ିଆ ଆଇଏଏସ୍ ଅଧିକାରୀ କେନ୍ଦ୍ର ସରକାରଙ୍କ ସଚିବ ପାହ୍ୟା ତାଲିକାଭୁକ୍ତ ହେଲେ
/sambad/media/post_attachments/wp-content/uploads/2018/07/ias.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)