‘ଭିମ୍‌ସାର ଓ ଏସ୍‌ସିବି’ର ୪ ରକ୍ତ ନମୁନା ନେଗେଟିଭ୍‌

ଓଡ଼ିଶାକୁ ନାହିଁ କରୋନା ଭୟ!

ସମ୍ବଲପୁର/କଟକ: ବୁର୍ଲାସ୍ଥିତ ବୀର ସୁରେନ୍ଦ୍ର ସାଏ ମେଡିକାଲ କଲେଜ ଏବଂ ହସ୍‌ପିଟାଲ (ଭିମସାର୍‌) ଓ କଟକସ୍ଥିତ ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜ ଏବଂ ଡାକ୍ତରଖାନାରୁ କିଛି ଦିନ ପୂର୍ବରୁ ପଠାଯାଇଥିବା ୪ଟି କରୋନା ସଂକ୍ରମଣର ରକ୍ତ ନମୁନା ନେଗେଟିଭ୍‌ ଥିବା ଜଣାଯାଇଛି।

ଭୀମସାରରୁ ପଠାଯାଇଥିବା ନମୁନାର ରିପୋର୍ଟ କୋଲକାତାରୁ ଆସିବା ପରେ ଏହା ସ୍ପଷ୍ଟ ହୋଇଥିବା ଭୀମସାର୍‌ର ଯକ୍ଷ୍ମା ଓ ଛାତି ରୋଗ ମୁଖ୍ୟ ଡ. ସୁଦର୍ଶନ ପୋଥାଳ ସୂଚନା ଦେଇଛନ୍ତି। ଉଲ୍ଲେଖଯୋଗ୍ୟ, ସୁନ୍ଦରଗଡ଼ ଜିଲ୍ଲାର ହେମଗିରି ଅଞ୍ଚଳର ଜନୈକ ବ୍ୟକ୍ତି କରୋନ ସନ୍ଦେହରେ ଏଠାରେ ଭର୍ତ୍ତି ହୋଇଥିଲେ। ସେ ନିକଟରେ ଦୁବାଇରୁ ଫେରିଥିଲେ। ତାଙ୍କର ରକ୍ତ ନମୁନାରେ ନେଗେଟିଭ୍‌ ଆସିବା ପରେ ତାଙ୍କୁ ହସ୍ପିଟାଲରୁ ଛାଡ଼ି ଦିଆଯାଇଛି। ସେହିପରି ସୁବର୍ଣ୍ଣପୁର ଜିଲ୍ଲାର ଡୁଙ୍ଗୁରିପାଲି ଅଞ୍ଚଳର ଅନ୍ୟଜଣେ ଯୁବକ ଦୁବାଇରୁ ଫେରିବା ପରେ ସୋନପୁର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ। ତାଙ୍କୁ ବୁର୍ଲା ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କର ରକ୍ତ ନମୁନା ମଧ୍ୟ ନେଗେଟିଭ୍‌ ମିଳିଛି।

ଅନ୍ୟପକ୍ଷରେ ଏସ୍‌ସିବିରେ ଭର୍ତ୍ତି ହୋଇଥିବା  ଅନ୍ୟ ୨ କରୋନା ସନ୍ଦିଗ୍ଧଙ୍କ ରକ୍ତ ନମୁନା ମଧ୍ୟ ନେଗେଟିଭ୍‌ ଅଛି। ତେଣୁ ଓଡ଼ିଶାରେ କରୋନା ଭୟ ନାହିଁ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ।

ସମ୍ବନ୍ଧିତ ଖବର