ମୋଟୁରେ ବନ୍ୟା: ହୋଟେଲରୁ ୪ ଯୁବକଙ୍କୁ ଉଦ୍ଧାର କଲା ଓଡ୍ରାଫ୍‌ ଟିମ୍‌

କାଲିମେଳା: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ମୋଟୁ ଅଞ୍ଚଳରେ ବିଗତ ୪ ଦିନ ହେଲା ପ୍ରବଳ ବର୍ଷା ହୋଇଛି। ବର୍ଷା ଯୋଗୁଁ ଅନେକଗୁଡ଼ିଏ ଗାଁ ଜଳମଗ୍ନ ହୋଇଯାଇଛି। ବିଦ୍ୟାଳୟରେ ମଧ୍ୟ ପାଣି ପ୍ରବେଶ କରିଛି। ତଳିଆ ଅଞ୍ଚଳରୁ ପ୍ରଶାସନ ଲୋକମାନଙ୍କୁ ଉଦ୍ଧାର କରି ସୁରକ୍ଷିତ ସ୍ଥାନରେ ରଖିଛି।

ତେବେ ବନ୍ୟା ଜଳରେ ଫସିଥିବା ତଥା ହୋଟେଲରେ କାର୍ଯ୍ୟରତ ୪ ଜଣ ଯୁବକଙ୍କୁ ଓଡ୍ରାଫ କରିଛି। ଏହି ଯୁବକମାନେ ୫ ଦିନ ହେଲା ମୋଟୁ ଅଞ୍ଚଳ ବନ୍ୟା ପାଣିରେ ଉବୁଟୁବୁ ହେଉଥିବା ବେଳେ ସିଲେରୁ ନଦୀ କୂଳରେ ଏକ ହୋଟେଲରେ ଫସିଥିଲେ। ୪ ଜଣ ଯୁବକଙ୍କୁ ଆଜି ଓଡ୍ରାଫ ଟିମ୍‌ ଉଦ୍ଧାର କରିଛି। ଉଦ୍ଧାର ହୋଇଥିବା ଯୁବକମାନେ ହେଲେ ଅନୁଗୁଳ ଜିଲ୍ଲାର ଲୋକେଶ ପ୍ରଧାନ, ପ୍ରଦ୍ୟୁମ୍ନ ପ୍ରଧାନ, ପ୍ରବୀଣ ପ୍ରଧାନ ଓ ପଦ୍ମନ ପ୍ରଧାନ। ଏମାନେ ସିଲେରୁ ନଦୀ କୂଳରେ ଥିବା ଏକ ହୋଟେଲରେ ଦୀର୍ଘ ଦିନ ହେଲା କାମ କରି ଆସୁଛନ୍ତି। ହୋଟେଲଟି ଏବେ ବନ୍ୟା ପାଣିରେ ସମ୍ପୂର୍ଣ୍ଣ ଭାବେ ବୁଡି ଯାଇଥିବାର ଜଣାପଡିଛି।

ସମ୍ବନ୍ଧିତ ଖବର