ଖୁଣ୍ଟା: ରାଜ୍ୟ ରଗ୍ବୀ ଆସୋସିଏସନ୍ ଏବଂ କିଟ୍ ବିଶ୍ବବିଦ୍ୟାଳୟ ଆନୁକୂଲ୍ୟରେ ଅନୁଷ୍ଠିତ ୬ଷ୍ଠ ଆନ୍ତଃଜିଲ୍ଲା ୧୪ ବର୍ଷରୁ କମ୍ ରଗ୍ବୀ ଟୁର୍ଣ୍ଣାମେଣ୍ଟରେ ମୟୂରଭଞ୍ଜ ଜିଲ୍ଲାର ବାଳକ ଓ ବାଳିକା ଦଳ ସଫଳତା ହାସଲ କରିଛି। ଭୁବନେଶ୍ବର କିଟ୍ ବିଶ୍ବବିଦ୍ୟାଳୟର ଆର୍ଚେରି ଖେଳପଡ଼ିଆରେ ଅନୁଷ୍ଠିତ ଏହି ଟୁର୍ଣ୍ଣାମେଣ୍ଟରେ ଜିଲ୍ଲାରୁ ଉଭୟ ବାଳକ ଏବଂ ବାଳିକା ଦଳ ଅଂଶଗ୍ରହଣ କରି ତୃତୀୟ ସ୍ଥାନ ଅଧିକାର କରିଛି। ଉଭୟ ଦଳର ଖେଳାଳିଙ୍କ ପ୍ରଦର୍ଶନକୁ ବିଚାରକୁ ନେଇ ଜିଲ୍ଲାର ୪ଜଣ ଖେଳାଳିଙ୍କୁ ରାଜ୍ୟ ଦଳରେ ଖେଳିବା ପାଇଁ ଚୟନ କରାଯାଇଛି।
ମାର୍ଚ୍ଚ ମାସ ପ୍ରଥମ ସପ୍ତାହରେ ହାଇଦ୍ରାବାଦରେ ଅନୁଷ୍ଠିତ ହେବାକୁଥିବା ୧୪ ବର୍ଷରୁ କମ୍ ଜାତୀୟ ରଗ୍ବୀ ଟୁର୍ଣ୍ଣାମେଣ୍ଟରେ ଏହି ଖେଳାଳିମାନେ ଓଡ଼ିଶାର ପ୍ରତିନିଧିତ୍ବ କରିବେ। ବାଳକ ଦଳରେ ଖୁଣ୍ଟା ବ୍ଲକ୍ ସାନଓଳିଆ ଗ୍ରାମର କ୍ଷେତ୍ରମୋହନ ମାର୍ଣ୍ଡି, କୁଳିଅଣା ବ୍ଲକ୍ ମାରାଙ୍ଗତାଣ୍ତି ଗ୍ରାମର ଗୋବିନ୍ଦ ଟୁଡୁ, ବାଳିକା ଦଳରେ କୁଳିଅଣା ବ୍ଲକ୍ ଝିନେଇ ଗ୍ରାମର ସଲମା ହେମ୍ବ୍ରମ ଓ ମାରାଙ୍ଗତାଣ୍ତି ଗ୍ରାମର ବୁଧୁନୀ ହାଁସଦା ରାଜ୍ୟ ଦଳରେ ସ୍ଥାନ ପାଇଥିବାରୁ ବିଭିନ୍ନ ମହଲରେ ଆନନ୍ଦର ଲହରି ଖେଳିଯାଇଛି।
ଜିଲ୍ଲା ରଗ୍ବୀ ଆସୋସିଏସନ୍ର ଆମ୍ବାସଡର ତଥା ପୂର୍ବତନ ଉପ ବାଚସ୍ପତି ସାନନ୍ଦ ମାର୍ଣ୍ଡି, ଉପସଭାପତି ଅମର ସେଠୀ, ପ୍ରାୟୋଜକ ସେଣ୍ଟ୍ରାଲ ବ୍ୟାଙ୍କ ଅଫ୍ ଇଣ୍ତିଆ ବାରିପଦା ଶାଖା ପରିଚାଳକ କରୁଣାକର ସୋରେନ, ଜିଲ୍ଲା ରଗ୍ବୀ ଦଳର କୋଚ ଜେ. ସୁଶିଲ ହେମ୍ବ୍ରମ, ଶିମିଳିପାଳ ସ୍ପୋର୍ଟସ ଆଣ୍ତ ଆଥଲେଟିକ ଆସୋସିଏସନ୍ର ସଂପାଦକ ସୁକେନ୍ଦୁ ଦାସ, ଟାଟା ସିଏସ୍ଆର ସଂଯୋଜକ ନୀଳିମା ହେମ୍ବ୍ରମ, ଶ୍ରୁତି ପରମାର, ସୁନାରାମ କିସ୍କୁ ପ୍ରମୁଖ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/02/20-3.jpg)