ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କ ପଦୋନ୍ନତି

ଭୁବନେଶ୍ବର : ଆଜି ୪ଜଣ ବରିଷ୍ଠ ଓଏଏସ୍‌ ଅଧିକାରୀଙ୍କ ପଦୋନ୍ନତି ହୋଇଛି। ସେ ସଂପର୍କରେ ସାଧାରଣ ପ୍ରଶାସନ ବିଭାଗ ବିଜ୍ଞପ୍ତି ପ୍ରକାଶ କରିଛି। ପଶୁ ଓ ମତ୍ସ୍ୟ ସଂପଦ ବିଭାଗରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟରତ ବିଶ୍ବମୋହନ ରାୟଙ୍କୁ ସ୍ବତନ୍ତ୍ର ସଚିବ ପାହ୍ୟାକୁ ପଦୋନ୍ନତି ଦିଆଯାଇଛି। ତାଙ୍କୁ ଓଡ଼ିଶା କ୍ଷୁଦ୍ର ଶିଳ୍ପ ନିଗମର ଏମ୍‌ଡି ଭାବେ ବଦଳି ହୋଇଛି। ସମ୍ବଲପୁର ମହାନଗର ନିଗମରେ କମିସନର ଭାବେ କାର୍ଯ୍ୟରତ ତ୍ରିଲୋଚନ ମାଝୀ ଓ ସୁନ୍ଦରଗଡ଼ ଡିୟୁଡିଏର ପ୍ରକଳ୍ପ ନିର୍ଦେଶକ ମାର୍ଶେଲ୍‌ ଏକ୍କାଙ୍କୁ ଏସ୍‌ଏଜି ପାହ୍ୟକୁ ପଦୋନ୍ନତି ଦିଆଯାଇଛି। କିନ୍ତୁ ସେମାନଙ୍କୁ ନିଜ ନିଜ ପଦବିରେ ରହି କାର୍ଯ୍ୟ କରିବାକୁ ଅନୁମତି ମିଳିଛି।

ସମ୍ବନ୍ଧିତ ଖବର