ଭୁବନେଶ୍ବର : ରାଜ୍ୟ ସରକାର ଆଜି ବରିଷ୍ଠ ଓଏଏସ୍ ସ୍ତରରେ ଏକ ଛୋଟ ଧରଣର ଅଦଳବଦଳ କରିଛନ୍ତି। ରାଜସ୍ବ ବିଭାଗର ଅତିରିକ୍ତ ସଚିବ ଶୈଳେନ୍ଦ୍ର କୁମାର ଦ୍ବିବେଦୀଙ୍କୁ ସାଧାରଣ ଉଦ୍ୟୋଗ ବିଭାଗର ଅତିରିକ୍ତ ସଚିବ ଭାବେ ବଦଳି କରାଯାଇଛି। ପୂର୍ବରୁ ତାଙ୍କର ପର୍ଯ୍ୟଟନ ବିଭାଗକୁ ହୋଇଥିବା ବଦଳିକୁ ବାତିଲ୍ କରାଯାଇଛି। ଢେଙ୍କାନାଳର ଅତିରିକ୍ତ ଜିଲ୍ଲାପାଳ ସୌଦାମିନୀ ସେଠୀଙ୍କୁ ଅବକାରୀ ବିଭାଗର ଯୁଗ୍ମ ସଚିବ ଭାବେ ନିଯୁକ୍ତି ଦିଆଯାଇଛି। ଅବକାରୀ ବିଭାଗରେ ଥିବା ସାଇଦତ୍ତ ବିପ୍ଳବୀ କେଶରୀ ପ୍ରଧାନଙ୍କୁ ଢେଙ୍କାନାଳର ଅତିରିକ୍ତ ଜିଲ୍ଲାପାଳ ଭାବେ ବଦଳି କରାଯାଇଛି। ବାଙ୍କିର ଅତିରିକ୍ତ ଉପଜିଲ୍ଲାପାଳ ମାୟାଧର ବେହେରାଙ୍କୁ ବିଏମ୍ସିର ଡେପୁଟି କମିସନର୍ ଭାବେ ନିଯୁକ୍ତି ମିଳିଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଆଜି ଏ ନେଇ ବିଜ୍ଞପ୍ତି ଜାରି ହୋଇଛି।
୪ ବରିଷ୍ଠ ଓଏଏସ୍ ଅଫିସର୍ଙ୍କ ବଦଳି
/sambad/media/post_attachments/wp-content/uploads/2020/02/secretariate.png)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)