ଭୁବନେଶ୍ବର : କ୍ରାଇମ୍ ବ୍ରାଞ୍ଚ ଏସ୍ଟିଏଫ୍ ଆଜି ଆଉ ୪ଜଣ ବାଘ ଛାଲ ବ୍ୟବସାୟୀଙ୍କୁ ଗିରଫ କରିଛି। ସେମାନେ ହେଲେ, କେଉଁଝର ଜିଲ୍ଲା ନୟାକୋଟର କାଳୀଚରଣ ଦାସ, ଭାଗୀରଥି ନାୟକ ଓରଫ ଭାସ୍କର, ପୀତାମ୍ବର ଖଟେଇ ଓରଫ ପଣ୍ଡିତ, ନେତ୍ରାନନ୍ଦ କିଶାନ ଓରଫ ନେତ୍ରା। ଆଜି ସମସ୍ତଙ୍କୁ ଦେଓଗଡ଼ କୋର୍ଟ ଚାଲାଣ କରାଯାଇଛି। ସେଠାରେ ଜାମିନ୍ ନାମଞ୍ଜୁର ହେବାରୁ ସମସ୍ତଙ୍କୁ ବିଚାର ବିଭାଗୀୟ ଜେଲ୍ ହାଜତକୁ ପଠାଇ ଦିଆଯାଇଛି। ସୂଚନାଯୋଗ୍ୟ, ସପ୍ତାହକ ତଳେ ଏସ୍ଟିଏଫ୍ ୩ଜଣ ବାଘ ଛାଲ ବ୍ୟବସାୟୀଙ୍କୁ ଗିରଫ କରିଥିଲା। ସେମାନଙ୍କୁ ରିମାଣ୍ଡରେ ଆଣି ପଚରାଉଚରା କରିବା ବେଳେ ଉପରୋକ୍ତ ବ୍ୟବସାୟୀଙ୍କ ସମ୍ପର୍କରେ ସୂଚନା ପାଇଥିଲା। ସେହି ସୂଚନାକୁ ଆଧାର କରି ଏସଟିଏଫ ଆଉ ୪ଜଣଙ୍କୁ ଗିରଫ କରିଛି।
ଆଉ ୪ ବାଘ ଛାଲ ବ୍ୟବସାୟୀ ଗିରଫ
/sambad/media/post_attachments/wp-content/uploads/2019/06/tapas-bagha-chaala.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)