ପୁରୀ: ପୁରୀ ଚୈତନ୍ୟ ଛକ ସମୁଦ୍ର ବେଳାଭୂମିକୁ ଗୁରୁବାର ୪ଜଣ ପର୍ଯ୍ୟଟକ ଗାଧୋଇବାକୁ ଯାଇ ଭାସି ଯାଉଥିବା ସମୟରେ ଲାଇଫ୍‌ ଗାର୍ଡ ସେମାନଙ୍କୁ ଉଦ୍ଧାର କରିଛନ୍ତି। ଏହି ୪ଜଣ ପର୍ଯ୍ୟଟକଙ୍କ ନାମ ଗୋବିନ୍ଦ ଧରା ଓ ତାଙ୍କ ପତ୍ନୀ ତନୁଶ୍ରୀ ଏବଂ ବାବୁଲା ମାଲାକାର ଓ ତାଙ୍କ ପତ୍ନୀ ଜୁମା।

Advertisment

ସୂଚନାଯୋଗ୍ୟ, ପଶ୍ଚିମବଙ୍ଗରୁ ପୁରୀ ବୁଲିବାକୁ ଯାଇଥିବା ୨ଜଣ ଦମ୍ପତି ଆଜି ସମୁଦ୍ରକୁ ଗାଧୋଇବାକୁ ଯାଇଥିଲେ। ଏହି ସମୟରେ ସମୁଦ୍ରରେ ଏକ ବଡ଼ ଲହଡି ଆସିଥିଲା। ୪ଜଣ ପର୍ଯ୍ୟଟକ ପହଁରା ଶିଖି ନଥିବା ବେଳେ ଅସାବଧାନତା ହେତୁ ସମୁଦ୍ରର ସେହି ଲହଡ଼ିରେ ଭାସି ଯାଉଥିଲେ। ଏତିକି ବେଳେ ସମୁଦ୍ର ବେଳାଭୂମିରେ କାର୍ଯ୍ୟରତ ଲାଇଫ ଗାର୍ଡ ସଙ୍ଗେସଙ୍ଗେ ସମୁଦ୍ର ଭିତରକୁ ଦୌଡ଼ି ଯାଇ ୪ଜଣ ପର୍ଯ୍ୟଟକଙ୍କୁ ପାଣି ଭିତରୁ ଉଦ୍ଧାର କରିବାରେ ସକ୍ଷମ ହୋଇଥିଲେ। ପର୍ଯ୍ୟଟକ ସମୁଦ୍ର ଭିତରୁ ପର୍ଯ୍ୟଟକଙ୍କୁ ଉଦ୍ଧାର କରିବା ପାଇଁ ଟ୍ୟୁବ୍‌ର ସାହାଯ୍ୟ ନେଇଥିଲେ।

Image result for 4 tourist rescued--drowning-in-puri- India Today

ସମୁଦ୍ର ଭିତରୁ ଉଦ୍ଧାର ହେବା ପରେ ଗୋବିନ୍ଦ ଧରା, ତନୁଶ୍ରୀ, ବାବୁଲା ମାଲାକାର ଓ ପତ୍ନୀ ଜୁମା ପାଣି ପିଇ ଦେଇଥିବାରୁ କିଛି ସମୟ ପାଇଁ ସେମାନେ ଅସୁସ୍ଥ ହୋଇପଡ଼ିଥିଲେ। ପ୍ରାଥମିକ ଚିକିତ୍ସା ପରେ ୪ଜଣ ପର୍ଯ୍ୟଟକ ସୁସ୍ଥ ଥିବା ଜଣାପଡ଼ିଛି। ଲାଇଫ ଗାର୍ଡଙ୍କ ଉପସ୍ଥିତ ବୁଦ୍ଧି ହେତୁ ୪ଜଣ ପର୍ଯ୍ୟଟକ ମୃତ୍ୟୁମୁଖରୁ ବଞ୍ଚି ଯାଇଥିବା ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକମାନେ କହୁଛନ୍ତି।