ବିଳାସପୁର ରେଳମଣ୍ଡଳରେ ଆଧୁନିକୀକରଣ କାର୍ଯ୍ୟ ପାଇଁ ୪ ଟ୍ରେନ୍‌ ବାତିଲ୍‌

ଭୁବନେଶ୍ବର : ଦକ୍ଷିଣ ପୂର୍ବ ମଧ୍ୟ ରେଳପଥ ବିଳାସପୁର ରେଳମଣ୍ଡଳରେ ସୁରକ୍ଷା ସମ୍ବନ୍ଧୀୟ ଆଧୁନିକୀକରଣ କାର୍ଯ୍ୟ ପାଇଁ ପୂର୍ବତଟ ରେଳପଥକୁ ଆସୁଥିବା ଓ ଏହାର ପରିସୀମା ମଧ୍ୟରୁ ଛାଡ଼ୁଥିବା କିଛି ଟ୍ରେନ ପ୍ରଭାବିତ ହେବ। ବାତିଲ ହେବାକୁ ଥିବା‌ ଟ୍ରେନଗୁଡ଼ିକ ହେଲା ଫେବ୍ରୁଆରି ୧୯ ଓ ୨୬ରେ ପୁରୀରୁ ଛାଡ଼ିବାକୁ ଥିବା ପୁରୀ-ଇନ୍ଦୋର ଏକ୍ସପ୍ରେସ (୧୯୩୧୮), ଫେବ୍ରୁଆରି ୧୮ ଓ ୨୫ରେ ଇନ୍ଦୋରରୁ ଛାଡ଼ିବାକୁ ଥିବା ପୁରୀ-ଇନ୍ଦୋର ଏକ୍ସପ୍ରେସ (୧୯୩୧୭), ଫେବ୍ରୁଆରି ୧୬ ଓ ୨୭ ମଧ୍ୟରେ ଉଭୟ ରାଇଗଡ଼ ଓ ସମ୍ବଲପୁର ପାର୍ଶ୍ୱରୁ ଛାଡ଼ିବାକୁ ଥିବା ରାଇଗଡ଼-ସମ୍ବଲପୁର-ରାଇଗଡ଼ ଏକ୍ସପ୍ରେସ (୦୨୪୧୦/୦୨୪୦୯), ଫେବ୍ରୁଆରି ୧୬ ଓ ୨୭ ମଧ୍ୟରେ ଉଭୟ ରାଇପୁର ଓ ଟିଟିଲାଗଡ଼ ପାର୍ଶ୍ୱରୁ ଛାଡ଼ିବାକୁ ଥିବା ରାଇପୁର-ଟିଟିଲାଗଡ଼-ରାଇପୁର ପାସେଞ୍ଜର (୫୮୨୧୭/୫୮୨୧୮) ବାତିଲ ରହିବ। ବିଳାସପୁର-ଟିଟିଲାଗଡ-ବିଳାସପୁର ପାସେଞ୍ଜର (୫୮୨୧୪/୫୮୨୧୩) ଉଭୟ ଦିଗରୁ ରାଇଗଡ଼ ଓ ଟିଟିଲାଗଡ଼ ମଧ୍ୟରେ ଆଂଶିକ ବାତିଲ ରହିବ।

ସମ୍ବନ୍ଧିତ ଖବର