ରାଜ୍ୟପାଳଙ୍କୁ ଭେଟିଲେ ୪ ବିଶ୍ବବିଦ୍ୟାଳୟର ବିଏଡ୍‌/ଏମ୍‌ଏଡ୍‌ ଛାତ୍ର

ଭୁବନେଶ୍ବର : ଶିକ୍ଷକ ପ୍ରବେଶିକା ପରୀକ୍ଷା ପାଇଁ ଅନୁମତି ଦାବିରେ ରାଜ୍ୟର ୪ଟି ବିଶ୍ବବିଦ୍ୟାଳୟର ଫକୀରମୋହନ, ଉତ୍ତର ଓଡ଼ିଶା, ସମ୍ବଲପୁର ଏବଂ ବଲାଙ୍ଗୀରର ରାଜେନ୍ଦ୍ର ବିଶ୍ବବିଦ୍ୟାଳୟରେ ଇଣ୍ଟିଗ୍ରେଟେଡ୍‌ ବିଏଡ୍‌ ଓ ଏମ୍‌ଏଡ୍ ପଢ଼ୁଥିବା ପ୍ରାୟ ଶତାଧିକ ଛାତ୍ରଛାତ୍ରୀ ଲୋୟର ପିଏମ୍‌ଜିରେ ଧାରଣାରେ ବସି ରହି ପ୍ରତିବାଦ ଜଣାଇଛନ୍ତି। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚକରି ପାଠ ପଢ଼ିବା ପରେ ସେମାନଙ୍କୁ ସ୍କୁଲ/କଲେଜରେ ଶିକ୍ଷକ ଭାବେ ଚାକିରି ପାଇଁ ରାଜ୍ୟ ସରକାରଙ୍କ ସ୍ବୀକୃତି ମିଳିବ ନାହିଁ ବୋଲି ଜାଣିବା ପରେ ଛାତ୍ରଛାତ୍ରୀ ଏଭଳି ପନ୍ଥା ଆପଣାଇଛନ୍ତି। କେନ୍ଦ୍ର ମାନବ ସମ୍ବଳ ବିକାଶ ବିଭାଗ ଅଧୀନ ଏନ୍‌ସିଟିଇ କର୍ତ୍ତୃପକ୍ଷଙ୍କ ତ୍ରୁଟି ଓ ରାଜ୍ୟ ସରକାରଙ୍କ ଉଦାସୀନତା ଯୋଗୁଁ ସେମାନଙ୍କ ଭବିଷ୍ୟତ ଅନ୍ଧକାର ଆଡ଼କୁ ଗତିକରୁଛି। ତେଣୁ ରାଜ୍ୟ ସରକାର ଏନ୍‌ସିଟିଇ ସହ ଯୋଗାଯୋଗ କରି ପ୍ରାଥମିକ, ମାଧ୍ୟମିକ ଓ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଶିକ୍ଷକ ପଦବୀରେ ନିଯୁକ୍ତ ପାଇଁ ଯୋଗ୍ୟ ବିବେଚନା କରିବା ପାଇଁ ପଦକ୍ଷେପ ନିଅନ୍ତୁ। ଏନେଇ ଆଜି ଛାତ୍ରଛାତ୍ରୀ ରାଜ୍ୟପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସହ ଆଲୋଚନା କରିଛନ୍ତି।

ସମ୍ବନ୍ଧିତ ଖବର