କୂଅରୁ ୪ ବର୍ଷର ଶିଶୁକୁ ଉଦ୍ଧାର କଲେ ନାବାଳକ

ଟାଙ୍ଗୀ : ଜଣେ ୧୪ ବର୍ଷ ନାବାଳକର ଉପସ୍ଥିତ ବୁଦ୍ଧି ଯୋଗୁ କୂଅରେ ପଡ଼ି ଯାଇଥିବା ଏକ ୪ ବର୍ଷର ଶିଶୁ ପୁତ୍ରର ଜୀବନ ରହିଯାଇଛି।

ରବିବାର ପ୍ରାୟ ଦିନ ସାଢେ ଗୋଟାଏବେଳେ ଟାଙ୍ଗୀ ବସ୍‌ଷ୍ଟାଣ୍ଡ ନିକଟରେ ଥିବା ଏକ ଜଳପୂର୍ଣ୍ଣର କୂଅରେ ଏକ ୪ ବର୍ଷର ଶିଶୁପୁତ୍ର ଖେଳୁ ଖେଳୁ ଗଳି ପଡିଥିଲା। କୂଅ ଭିତରେ ପଡିଯାଇ ପାଣି ପାଇପ୍‌କୁ ଧରି ଆକୁଳ ଚିତ୍କାର କରୁଥିବାବେଳେ କାହାରିକୁ ଅପେକ୍ଷା ନକରି ସେଠାରେ ଥିବା ଶତୃଘ୍ନ ତରେଇଙ୍କ ୧୪ ବର୍ଷର ପୁଅ ପ୍ରତାପ ଚତୁରତାର ସହ କୂଅ ଭିତରେ ପଶିଯାଇ ଶିଶୁପୁତ୍ରଟିକୁ କାଖରେ କାଖେଇ ରକ୍ଷା କରିଥିଲା। କୂଅ ଉପରେ ଥାଇ ସମସ୍ତେ ବିକଳ ହେଉଥିଲେ ମଧ୍ୟ କେହି ସାହସ କରି ପାରୁନଥିଲେ। ତେବେ ଜଣେ ଦେଖଣାହାରୀ ଉଭୟଙ୍କୁ ବାହାର କରିବାରେ ସହାୟତା କରିବା ପରେ ଘଟଣାସ୍ଥଳରେ ଟାଙ୍ଗୀ ଅଗ୍ନିଶମ କର୍ମଚାରୀ ପହଞ୍ଚି ଦୁଇଜଣଙ୍କୁ ଉଦ୍ଧାର କରିଥିଲେ।

ରକ୍ଷା ପାଇଯାଇଥିବା ଶିଶୁ ପୁତ୍ରଟି ୬ମାସ ତଳେ ନିଜର ପିତାଙ୍କୁ ହରାଇଥିବା ଜଣାପଡିଛିା। ୧୪ ବର୍ଷର ଜଣେ ନାବାଳକର ଏଭଳି ଦୁଃସାହସିକ କାର୍ଯ୍ୟକୁ ସାଧାରଣରେ ପ୍ରଶଂସା କରାଯାଇଛି।

ସମ୍ବନ୍ଧିତ ଖବର