୪ ବର୍ଷର ଝିଅକୁ ଦୁଷ୍କର୍ମ, ନାବାଳକ ଅଟକ

ବାରିପଦା: ବାରିପଦା ସହରର ଜଣେ ୪ ବର୍ଷର ଝିଅକୁ ଜଣେ ୧୪ ବର୍ଷର ନାବାଳକ ଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। ଏ ନେଇ ପୀଡ଼ିତାଙ୍କ ମା’ ଟାଉନ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଅଭିଯୁକ୍ତ ନାବାଳକକୁ ଥାନାରେ ଅଟକ ରଖି ପଚରାଉଚୁରା କରୁଛି। ଗତ ୭ ତାରିଖରେ ଝିଅଟି ଗାଁ ଦାଣ୍ଡରେ ଖେଳୁଥିଲା ବେଳେ ନାବାଳକ ଜଣ ତାକୁ ଏକ ନିଛାଟିଆ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିବା ଜଣାପଡ଼ିଛି। ଗୁରୁବାର ନାବାଳକକୁ ଜୁଭେଲାଇନ୍ କୋର୍ଟରେ ହାଜର କରାଯିବ ବୋଲି ଟାଉନ ଥାନାଧିକାରୀ ବୀରେନ୍ଦ୍ର କୁମାର ସେନାପତି କହିଛନ୍ତି।

ସମ୍ବନ୍ଧିତ ଖବର