ବାଲିଅନ୍ତା : ପୃଥକ ମାମଲାରେ ଜେଲ ଗଲେ ୪ ଯୁବକ

ବାଲିଅନ୍ତା : ବାଲିଅନ୍ତା ଥାନା ପୁଲିସ ଦୁଇଦିନ ମଧ୍ୟରେ ଘଟିଥିବା ଦୁଇ ପୃଥକ ଗଣ୍ଡଗୋଳ ମାମଲାରେ ୪ ଜଣ ଯୁବକଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ତେବେ କୋର୍ଟରେ ଜାମିନ ନାମଂଜର ହୋଇଯିବାରୁ ସମସ୍ତଙ୍କୁ ଝାରପଡ଼ା ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଥିବା ପୁଲିସ କହିଛି । ଗିରଫ ଅଭିଯୁକ୍ତମାନେ ହେଲେ ସ୍ଥାନୀୟ ବିଶରପୁର ଗ୍ରାମର ନିଶାଡ଼ି ଯୁବକ ନିରଞ୍ଜନ ଭଟ୍ଟ (୪୫) । ସେ ଉକ୍ତ ଗ୍ରାମର କାଶିନାଥ ବେହେରା ନାମକ ଜଣେ ବ୍ୟକ୍ତିଙ୍କୁ ଗତକାଲି ଅପରାହ୍ନରେ ଟାଙ୍ଗିଆରେ ଆକ୍ରମଣ କରିଥିଲେ । ଫଳରେ କାଶିନାଥଙ୍କ ହାତରେ ଗଭୀର ଆଘାତ ଲାଗିଥିଲା । କାଶିନାଥ ଏସଂପର୍କରେ ବାଲିଅନ୍ତା ଥାନାରେ ଅଭିଯୋଗ କରିଥିଲେ ।

ସେହିପରି ଏହାପୂର୍ବଦିନ ରାତି ସାଢ଼େ ନଅଟାରେ ସମୟରେ ସ୍ଥାନୀୟ ଚିଙ୍ଗୁଡ଼ିଆ ଛକରେ ଘଟିଥିବା ଆଉ ଏକ ଗଣ୍ଡଗୋଳ ମାମଲା ନଂ ୨୬୪/୨୦ ରେ ଗିରଫ ହୋଇ ଜେଲ ଯାଇଥିବା ଅଭିଯୁକ୍ତମାନେ ହେଲେ ପ୍ରଯୁକ୍ତ କୁମାର ସାହୁ (୩୮) , ବାବୁଲି ସାହୁ (୩୨) ଓ ପ୍ରଦୀପ୍ତ କୁମାର ସାହୁ (୩୬) ।

ସମ୍ବନ୍ଧିତ ଖବର