ଦିନ ୧ଟା ସୁଦ୍ଧା ୪୦.୫୧% ମତଦାନ: ବାଲେଶ୍ବରରେ ୪୧.୩୬% ଓ ତିର୍ତ୍ତୋଲରେ ୩୯.୬୮%

ଭୁବନେଶ୍ବର/ପାରାଦୀପ: ଆଜି ଦିନ ୧ଟା ସୁଦ୍ଧା ଉଭୟ ବାଲେଶ୍ବର ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ମୋଟ୍ ୪୦.୫୧% ମତଦାନ ହୋଇଥିବାର ସୂଚନା ମିଳିଛି। ଏଥିମଧ୍ୟରୁ ବାଲେଶ୍ବରରେ ୪୧.୩୬% ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ୩୯.୬୮% ମତଦାନ ହୋଇଛି। ଏନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁନୀଲ କୁମାର ଲୋହାନୀ ସୂଚନା ଦେଇଛନ୍ତି।
ମିଳିଥିବା ସୂଚନା ଅନୁଯାୟୀ, ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀର ବିରିଡ଼ି ବ୍ଲକରେ ୩୭.୧୧%, ରଘୁନାଥପୁର ବ୍ଲକରେ ୩୮.୮୦% ଓ ତିର୍ତ୍ତୋଲ ବ୍ଲକରେ ୪୧.୯୭% ମତଦାନ ହୋଇଛି। ଏଠାରେ ୯୪, ୧୭୪ଜଣ ମତଦାତା ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିଛନ୍ତି। ଆଜି ବାଲେଶ୍ୱରରେ ଆଜି ୨ଲକ୍ଷ ୩୦ହଜାର ୨୯୭ ଜଣ ଭୋଟର ୩୪୬ଟି ବୁଥରେ ଭୋଟ ଦେବାକୁ ଥିବା ବେଳେ ତିର୍ତ୍ତୋଲରେ ୨ ଲକ୍ଷ ୩୯ ହଜାର ୧୫୩ ଜଣ ଭୋଟର ମତଦାନ କରିବେ।

ସୂଚନାଯୋଗ୍ୟ, ପୂର୍ବାହ୍ନ ୧୧ଟା ସୁଦ୍ଧା ବାଲେଶ୍ବର ଓ ତିର୍ତ୍ତୋଲ ନିର୍ବାଚନ ମଣ୍ଡଳୀରେ ମୋଟ୍ ୨୬.୨୪ ପ୍ରତିଶତ ମତଦାନ ହୋଇଥିଲା। କେବଳ ତିର୍ତ୍ତୋଲରେ ୨୪.୯୩% ମତଦାନ ହୋଇଥିଲା। ଏଥିମଧ୍ୟରୁ ବିରିଡ଼ି ବ୍ଲକରେ ୨୨.୯୩%, ରଘୁନାଥପୁର ବ୍ଲକରେ ୨୫.୬୩% ଓ ତିର୍ତ୍ତୋଲ ବ୍ଲକରେ ୨୫.୭୭% ମତଦାନ ହୋଇଥିଲା। ଏଠାରେ ମାତ୍ର ୫୯, ୧୬୧ଜଣ ମତଦାତା ସେମାନଙ୍କର ମତଦାନ ଅଧିକାର ସାବ୍ୟସ୍ତ କରିଥିଲେ।

ସମ୍ବନ୍ଧିତ ଖବର