ଉଲୁଣ୍ଡା ଜଙ୍ଗଲରେ ୪୦ ହାତୀ, ଡାକ୍ତରଖାନା ପାଚେରି ଏବଂ ଘର ଭାଙ୍ଗିଲେ

ଉଲୁଣ୍ଡା : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳକୁ ପୁଣି ଫେରିଲେ ହାତୀପଲ। ବିଗତ ୩ ମାସ ଧରି ଏହି ଅଞ୍ଚଳରେ ହାତୀ ଉପଦ୍ରବ ଜାରି ରହିଥିଲା। ଗତ ୫ଦିନ ହେଲା ଏହି ଜଙ୍ଗଲ ଛାଡ଼ି ହାତୀପଲ ବରଗଡ଼ ଜିଲ୍ଲା ଭେଡ଼େନ୍‌ ଅଞ୍ଚଳକୁ ପଳାଇଥିଲେ। କିନ୍ତୁ ରବିବାର ପୁଣି ହାତୀପଲ ଏହି ଅଞ୍ଚଳକୁ ଫେରିଛନ୍ତି। ବିଶେଷ କରି ଏସ.ପତ୍ରାପାଲି ପଞ୍ଚାୟତ, ସିଣ୍ଢୋଲ, ଚଢ଼େଇପଙ୍କ ପଞ୍ଚାୟତରେ ହାତୀପଲଙ୍କ ଉପଦ୍ରବ ଅଧିକ ଦେଖିବାକୁ ମିଳୁଛି।

ରବିବାର ହାତୀପଲ ଫେରିବାପରେ ସିଣ୍ଢୋଲ ଗାଁର ରବି ପାଣ୍ଡେ ଏବଂ ହେମରତ୍ନ ଝାଙ୍କରଙ୍କ ଘର ଭାଙ୍ଗିଦେଇ ବ୍ୟାପକ ଆସବାପତ୍ର ନଷ୍ଟ କରିଛନ୍ତି। ଅନ୍ୟପଟେ ସିଣ୍ଢୋଲର ଏକ ଭୋଜନାଳୟ ପାଖରେ ଥିବା ୨ଟି ନଡ଼ିଆ ଗଛକୁ ନଷ୍ଟ କରିଛନ୍ତି। ସିଣ୍ଢୋଲ ସ୍ଥିତ ଉପ ସ୍ବାସ୍ଥ୍ୟକେନ୍ଦ୍ର ପାଚେରି ଭାଙ୍ଗି ହାତୀପଲ ନଷ୍ଟ କରିଛନ୍ତି। ତେବେ ସିଣ୍ଢୋଲ ଗାଁର ରବି ପାଣ୍ଡେ ଓ ହେମରତ୍ନ ଝାଙ୍କରଙ୍କ ପରିବାର ଅତ୍ୟନ୍ତ ଗରିବ ହୋଇଥିବାରୁ ତାଙ୍କୁ ତୁରନ୍ତ ବନବିଭାଗ ପକ୍ଷରୁ କ୍ଷତିପୂରଣ ଦେବାକୁ ଦାବି ହେଉଛି।

ସମ୍ବନ୍ଧିତ ଖବର