ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ଦ୍ବିତୀୟ ଦିନରେ ୪୦ଟି ସ୍ଲୁଇସ୍ ଗେଟ ମାଧ୍ୟରେ ଜଳ ନିଷ୍କାସନ ଜାରି ରହିଛି। କିନ୍ତୁ ଖୁସିର କଥା ହେଲା ଯେ, ଡ୍ୟାମକୁ ଯେତିକି ପରିମାଣରେ ପାଣି ପ୍ରବେଶ କରୁଛି, ତା’ଠାରୁ ଅଧିକ ଜଳ ନିଷ୍କାସନ କରାଯାଉଛି। ଗତକାଲି ସନ୍ଧ୍ୟା ପରଠାରୁ ହୀରାକୁଦ ଜଳଭଣ୍ଡାରରୁ ୪୦ଟି ଗେଟ୍ ଦେଇ ଜଳ ନିଷ୍କାସନ କରାଯିବା ଫଳରେ ମହାନଦୀର ତଳିଆ ଅଞ୍ଚଳରେ ବସବାସ କରୁଥିବା ଲୋକଙ୍କର ଦୁର୍ଦ୍ଦଶା ହ୍ରାସ ପାଇପାରି ନାହିଁ। ହୀରାକୁଦ ଜଳଭଣ୍ଡାରର କଣ୍ଟ୍ରୋଲ ରୁମ୍ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଡ୍ୟାମର ବାମ ପାର୍ଶ୍ବରୁ ୨୮ଟି ଓ ଦକ୍ଷିଣ ପାର୍ଶ୍ବରୁ ୧୨ଟି ଗେଟ୍ ମାଧ୍ୟମରେ ଜଳ ନିଷ୍କାସନ ଥିବା ଜାରି ରହିଛି। ମହାନଦୀରେ ବନ୍ୟାଜଳ ଆସିବା ଦ୍ବାରା ତଳିଆ ଅଞ୍ଚଳର ଲୋକଙ୍କ ପାଇଁ ଦୁର୍ଦ୍ଦଶା ବଢ଼ିଛି। ବିଶେଷ ଭାବେ ମହାନଦୀରୁ ବାହାରିଥିବା ଶାଖାନଦୀଗୁଡ଼ିକ ତଳିଆ ଅଞ୍ଚଳ ପାଇଁ ଚିନ୍ତାର କାରଣ ପାଲଟିଛି। କଟକ, ଖୋର୍ଦ୍ଧା, ପୁରୀ, ଜଗତସିଂହପୁର ଜିଲ୍ଳାର ବିଭିନ୍ନ ସ୍ଥାନରେ ଜଳମଗ୍ନ ହୋଇଛି। କିନ୍ତୁ ପୂର୍ବ ତୁଳନାରେ ବନ୍ୟା ପ୍ରଭାବିତ ଅଞ୍ଚଳର ସ୍ଥିତି ହ୍ରାସ ପାଇବାରେ ଲାଗିଛି। ଯାହା ଆଶା କରାଯାଉଛି ଆଗାମୀ ୨୪ ଘଣ୍ଟା ମଧ୍ୟରେ ସ୍ଥିତି ଆହୁରି ଅଧିକ ଭଲ ହୋଇଯାଇଥିବ।
/sambad/media/post_attachments/wp-content/uploads/2022/08/00d75a56-7255-4ce9-9c6f-b378abe65313-1.jpg)
ସୂଚନା ଅନୁସାରେ ଏବେ ହୀରାକୁଦ ଜଳଭଣ୍ଡାରକୁ ସେକେଣ୍ଡ ପିଛା ୫,୮୦,୬୪୦ କ୍ୟୁସେକ ଜଳ ପ୍ରବେଶ କରୁଛି। ଅପରପକ୍ଷେ ୬,୬୯,୫୮୩ କୁସେକ ଜଳ ନିଷ୍କାସନ କରାଯାଉଛି। ସ୍ପିଲୱେରେ ୬,୪୬,୬୦୦ କ୍ୟୁସେକ, ପାୱାର ଚେନାଲ ମାଧ୍ୟୟମରେ ୨୦,୬୩୦, ଚାଷ ପାଇଁ ୨୪୨୧ କ୍ୟୁସେକ ଜଳ ନିଷ୍କାସନ ହେଉଛି। ବିଏମସି ପାଇଁ ୨୨୦୦ କ୍ୟୁସେକ, ଏସଏମସି ପାଇଁ ୨୦୦ କ୍ୟୁସେକ, ଏସ୍ବିପି ପାଇଁ ୨୧ ଓ ଶିଳ୍ପ ପାଇଁ ୨୫୨କ୍ୟୁସେକ ଜଳ ନିଷ୍କାସନ ଜାରି ରହିଛି।
ହୀରାକୁଦ ଜଳ ଭଣ୍ଡାରରେ ବୁଧବାର ସନ୍ଧ୍ୟା ୬ଟାରେ ୬୨୬.୧୭ ଫୁଟ ଜଳସ୍ତର ରହିଛି। ୪୦ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସିତ ହେବା ଦ୍ବାରା ମହାନଦୀର ଜଳସ୍ତର ବଢୁଛି। ସନ୍ଧ୍ୟା ୬ଟା ସୁଦ୍ଧା ପର୍ଥଲା ଦେଇ ୧ ଲକ୍ଷ ୪୫ ହଜାର ୩୨୮ କ୍ୟୁସେକ, ଖଇରମାଳ ଦେଇ ୯ ଲକ୍ଷ ୪୮ ହଜାର କ୍ୟୁସେକ ଜଳ ନିଷ୍କାସିତ ହୋଇଥିବା ବେଳେ ବରମୂଳ ଦେଇ ୮ ଲକ୍ଷ ୯୭ ହଜାର ୭୫୦କ୍ୟୁସେକ ଜଳ ପ୍ରବାହିତ ହେଉଛି। ସେହିପରି କଟକ ମୁଣ୍ଡଳି ଦେଇ ମହାନଦୀରେ ୧୦ ଲକ୍ଷ ୫୭ ହଜାର ୬୦୪ କ୍ୟୁସେକ ଜଳ ନିଷ୍କାସନ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/SBPHO28-SBP-Hirakud-Dam-Water-Discharge-750x430.jpg)