ହୀରାକୁଦ ଜଳଭଣ୍ଡାରରୁ ୪୦ଟି ଗେଟ୍‌ ଦେଇ ଜଳ ନିଷ୍କାସନ କରାଯିବା ସହିତ ଛତିଶଗଡ଼ର କୌଣସି ସଂପର୍କ ନାହିଁ: ବିଜୟ ମିଶ୍ର

ଭୁବନେଶ୍ବର: ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ହୀରାକୁଦରେ ଆଉ ୫ଟି ଗେଟ୍ ଖୋଲାଯାଇଛି । ଆଜି ରାତି ୮ରୁ ୯ ସୁଦ୍ଧା ଆଉ ୯ଟି ଗେଟ୍ ଖୋଲାଯିବା ପାଇଁ ନିଷ୍ପତ୍ତି  ହୋଇଛି । ଉପରମୁଣ୍ଡରେ ବର୍ଷାକୁ ଗୁରୁତ୍ବ ଦେଇ ଏଭଳି ମୋଟ ୪୦ଟି ଗେଟ ଖୋଲାଯିବା ନେଇ ନିଷ୍ପତ୍ତି ହୋଇଛି। ଜଳସମ୍ପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ବିଜୟ ମିଶ୍ର ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ସ୍ଥିତି ଦେଖି ଏଭଳି ନିଷ୍ପତ୍ତି ନିଆଯାଇଛି । ନିଷ୍ପତ୍ତି ନିଆଯିବା ପୂର୍ବରୁ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ଆଲୋଚନା ହୋଇଛି। ଏଦିଗରେ ମଧ୍ୟ ଟେକ୍ନିକାଲ କମିଟି ସହିତ ମଧ୍ୟ ଯୋଗାଯୋଗ ରଖାଯାଇଛି ।

ଆଜି ରାତି ସୁଦ୍ଧା ମୋଟ ୪୦ ଗେଟ୍ ଖୋଲାଯିବା ପରେ ୩୬ ଘଣ୍ଟାରେ ମୁଣ୍ଡୁଳି ଦେଇ ପ୍ରବାହିତ ହେବ ବନ୍ୟା ଜଳ । ତେବେ ଏହାର ପ୍ରଭାବ ସେତେ ଅଧିକ ହେବନାହିଁ ବୋଲି ବିଜୟ ମିଶ୍ର କହିଛନ୍ତି । ଏବେ ସୁଦ୍ଧା ମୁଣ୍ଡୁଳି ଦେଇ ପ୍ରାୟ ୧୧ ଲକ୍ଷ କ୍ୟୁସେକ ଜଳ ପ୍ରଭାବିତ ହେଉଛି । ଆଜି ଖୋଲା ହେବାକୁ ଥିବା ୧୪ଟି ଗେଟ ମଧ୍ୟରୁ ବନ୍ୟାଜଳ ମୁଣ୍ଡୁଳି ଦେଇ ଗତି କରିବାକୁ ଥିବା ବେଳେ ଏହା ବଡ଼ ଧରଣର ସ୍ଥିତି ଉପୁଜିବ ନାହିଁ ବୋଲି ସେ କହିଛନ୍ତି। ତେବେ ଗେଟ୍ ଖୋଲାଯିବା ନିଷ୍ପତ୍ତି ସହ ଛତିଶଗଡ଼ର କୌଣସି ସମ୍ପର୍କ ନାହିଁ ଏବଂ କୌଣସି ଆଲୋଚନା ହୋଇନାହିଁ ବୋଲି କହିଛନ୍ତି ବିଜୟ ମିଶ୍ର ।

ସମ୍ବନ୍ଧିତ ଖବର