ବୋଟ୍ କିଣାବିକା କେଳେଙ୍କାରୀ, ମୂଲ୍ୟ ୪୦ ଲକ୍ଷ ଟଙ୍କା ବିକ୍ରି ୪ ହଜାର

ଟେଣ୍ଡରର ୩ ବର୍ଷ ପରେ ବୋଟ୍ କାଟିଲେ ଠିକାଦାର

ଯାଜପୁରରୋଡ୍: ବୋଟ କିଣାବିକା କେଳେଙ୍କାରୀରେ ଆଉ ଏକ ଫର୍ଦ ଯୋଡ଼ି ହୋଇଛି। ୪୦ ଲକ୍ଷ ଟଙ୍କାର ମୂଲ୍ୟବାନ ବୋଟକୁ ମାତ୍ର ୪ ହଜାର ଟଙ୍କାରେ ଠିକାଦାରଙ୍କ ହାତରେ ଟେକି ଦିଆଯାଇଛି। ଟେଣ୍ଡରର ୩ ବର୍ଷ ପରେ ଠିକାଦାର ବୋଟକୁ କାଟି ଚାଲାଣ କରିଛନ୍ତି। ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ଖଣ୍ଡିତର ଘାଟରେ। ସ୍ବତନ୍ତ୍ର ରିଲିଫ୍ କମିଶନ୍(ଏସଆରସି)ଙ୍କ ଅଧୀନ ବୋଟ୍ କିଣାବିକାରେ କୋଟି କୋଟି ଟଙ୍କା ଘୋଟାଲା‌ ହେଉଥିବା ବାରମ୍ବାର ଅଭିଯୋଗ ହୋଇଆସୁଛି। ୩ ବର୍ଷ ତଳେ ୨୦୧୬ରେ ତତ୍କାଳୀନ ଅଧିକାରୀ ରାଜ୍ୟର ୫୦ରୁ ଊର୍ଦ୍ଧ୍ବ ବୋଟକୁ ଟେଣ୍ଡର ଫିକ୍ସିଂ କରି ଶାଗମାଛ ଦରରେ ‌ବିକ୍ରି କରି ଦେଇଥିଲେ। ଏପରିକି ୪୦ଲକ୍ଷ ଟଙ୍କାର ବୋଟ୍‌କୁ ୪ହଜାର ଟଙ୍କାରେ ‌ବିକ୍ରି କରାଯାଇଥିଲା। ୩ବର୍ଷ ତଳେ ହୋଇଥିବା ନିଲାମ ବୋଟ୍ ଠିକାଦାର ନେଉଥିବା ବେଳେ ବୋଟ୍ ଟେଣ୍ଡର କେଳେଙ୍କାରୀ ପଦାକୁ ଆସିଛି। ରସୁଲପୁର ବ୍ଲକର ଖଣ୍ଡିତର ଘାଟରେ ବୁଡ଼ିଥିବା ଏକ ଷ୍ଟିଲ୍ ବୋଟ୍ ଓ ଫାଇବାର ବୋଟ୍‌କୁ ଠିକାଦାର ନେଉଥିବାବେଳେ ସ୍ଥାନୀୟ ଲୋକ ଏଥିନେଇ ପ୍ରଶ୍ନ ଉଠାଇଛନ୍ତି। ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ସରକାର ଏସଆରସି ମାଧ୍ୟମରେ କୋଟି କୋଟି ଟଙ୍କାର ‌ବୋଟ୍ ବିଭିନ୍ନ ସମୟରେ କିଣୁଥିବା ବେଳେ ରକ୍ଷଣାବେକ୍ଷଣ ଅଭାବରୁ ଅଳ୍ପ ଦିନରେ ‌େକତେକ ଖରାପ ହୋଇଯାଉଛି। ଅନ୍ୟ କେତେକକୁ ମଧ୍ୟ ଖରାପ ଦର୍ଶାଇ ଟେଣ୍ଡର ଫିକ୍ସିଂ କରି ଅସାଧୁମେଣ୍ଟ କୋଟି କୋଟି ଟଙ୍କା ମୁନାଫା କରୁଛନ୍ତି ବୋଲି ଅଭିଯୋଗ ହେଉଛି। ରସୁଲପୁର ବ୍ଲକ୍ ବିଡ଼ିଓଙ୍କ ଅଧୀନରେ ଥିବା ଖରସ୍ରୋତା ନଦୀ ଖଣ୍ଡିତର ଘାଟରେ ଇବ୍ ନାମରେ ଗୋଟିଏ ଷ୍ଟିଲ୍ ବୋଟ୍ ଦୀର୍ଘ ଦିନରୁ ପାଣିରେ ବୁଡ଼ିଥିଲା। ଯାହାକି ଗତ ୨୦୧୬ ମସିହାରେ ନିଲାମ ହୋଇଥିଲା। ୩ ବର୍ଷ ପରେ ଠିକାଦାର ଷ୍ଟିଲ୍ ବୋଟ୍ ଦେବୀକୁ ପାଣିରୁ ବାହାର କରି ଚାଲାଣ କରିଛନ୍ତି। ଏହି ଘାଟରେ ଫାଇବର୍ ବୋଟ୍ ଇବ୍ ଏବେ ବି ସ୍ଥଳଭାଗରେ ପଡ଼ିରହିଛି। ବଡ଼ଚଣା ବ୍ଲକ୍ ର ବେଣାପୁର ଠାରେ ଥିଲା କନ୍ଦଳ ନାମକ ବୋଟ୍ ମଧ୍ୟ ବିକ୍ରି ହୋଇଯାଇଛି। କେବଳ ଯାଜପୁର ଜିଲ୍ଲାରେ ଏହି କାରବାର ସୀମିତ ନାହିଁ। କେନ୍ଦ୍ରାପଡ଼ା ଜିଲ୍ଲାର ମାର୍ଶାଘାଇ‌େର ମହାନଦୀ ର ଗୋପାଳପୁର ଘାଟରେ ମହାନଦୀ ନାମକ ବୋଟ୍, ବୈତରଣୀ ନଦୀର ଚାନ୍ଦବାଲି ଠାରେ ଥିବା କାଠଯୋଡ଼ି, ଶଙ୍ଖ, ନାଗବଳୀ ବୋଟ୍ ସହିତ ଅସ୍ତରଙ୍ଗ ଠାରେ ଥିବା ଋଷିକୁଲ୍ୟା ନଦୀରେ ଦେବୀ ନାମକ ବୋଟ୍ ଟେଣ୍ଡର ଫିକ୍ସିଂ କରାଯାଇ ବିକ୍ରି କରାଯାଇଛି। ‌ଷ୍ଟିଲ୍ ବୋଟ୍, ଫାଇବର ବୋଟ ଓ ପୁରୁଣା କାଠ ବୋଟ୍ ରେ ୪୦ ରୁ ୫୦ ହଜାର ଟଙ୍କାର ହାଇ ପାୱାର ମେସିନ୍ (୩୦ଏଚପି ରୁ ୪୦ଏଚପି) ଲାଗିଥିବା ବେଳେ ଲକ୍ଷାଧିକ ଟଙ୍କାର ତମ୍ବା, ପିତ୍ତଳ ଓ ଲୁହାର ସାରଞ୍ଜାମ ଲାଗିଥିଲା। ତାକୁ କିପରି ମାତ୍ର ୩/୪ହଜାର ଟଙ୍କା ଟେଣ୍ଡର କରାଗଲା ସେ ନେଇ ବିଶେ‌ଷଜ୍ଞମାନେ ପ୍ରଶ୍ନ କରିଛନ୍ତି।

ସମ୍ବନ୍ଧିତ ଖବର