ଭୁବନେଶ୍ବର: ଚଳିତ ସାଧାରଣ ନିର୍ବାଚନରେ ଓଡ଼ିଶାରେ ପ୍ରଥମ ପର୍ଯ୍ୟାୟରେ ମେ’ ତାରିଖରେ ମତଦାନ ହେବ। ଏଥି ପାଇଁ ପ୍ରସ୍ତୁତି ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଛି। ଦ୍ୱିତୀୟ ପର୍ଯ୍ୟାୟ ଲୋକସଭା ନିର୍ବାଚନ ମେ’ ୨୦ ତାରିଖରେ ହେବ। ଏହି ପର୍ଯ୍ୟାୟରେ ୪୦ ପ୍ରାର୍ଥୀ ନିର୍ବାଚନ ମୈଦାନରେ ଅବତୀର୍ଣ୍ଣ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୩ ଜଣଙ୍କ ନାଁରେ ରହିଛି ଅପରାଧିକ ମାମଲା। ଏମାନଙ୍କ ମଧ୍ୟରୁ ୮ଜଣଙ୍କ ନାଁରେ ରହିଛି ସାଂଘାତିକ ଅପରାଧିକ ମାମଲା। ୧୩ ଜଣଙ୍କ ମଧ୍ୟରୁ ୫ ଜଣ ଲେଖାଏଁ ବିଜେପି ଓ ବିଜେଡିରୁ ଏବଂ କଂଗ୍ରେସରୁ ୪ ଜଣଙ୍କ ନାଁରେ ରହିଛି ଅପରାଧିକ ମାମଲା। ୬୭ କୋଟି ସହ ସର୍ବାଧିକ ସମ୍ପତି ତାଲିକାରେ ବଲାଙ୍ଗୀର ସାଂସଦ ସଂଗୀତା କୁମାରୀ ସିଂହଦେଓ ରହିଛନ୍ତି।
ସୂଚନାଯୋଗ୍ୟ, ଆସନ୍ତା ୨୦ ତାରିଖରେ ଓଡ଼ିଶାରେ ଦ୍ବତୀୟ ପର୍ଯ୍ୟାୟରେ ମତଦାନ ହେବ। ଏହି ପର୍ଯ୍ୟାୟରେ ଆସିକା, କନ୍ଧମାଳ, ବଲାଙ୍ଗୀର, ବରଗଡ଼ ଓ ସୁନ୍ଦରଗଡ଼ ଲୋକସଭା ସହିତ ଏହାର ଅଧୀନରେ ଥିବା ୩୫ଟି ବିଧାନସଭା ନିର୍ବାଚନ ମଣ୍ଡଳୀରେ ଭୋଟ୍ ଗ୍ରହଣ କରାଯିବ।