ବସ କର୍ମଚାରୀଙ୍କୁ ମାଡ ନେଇ ବସଷ୍ଟାଣ୍ଡରେ ଉତ୍ତେଜନା, ପୁଲିସର ଗିରଫ ପ୍ରତିଶ୍ରୁତି ପରେ ଅଟକିଥିବା ୪୦ନାଇଟ ବସ ରାଉରକେଲା ଛାଡ଼ିଲା

ରାଉରକେଲା : ନୂଆ ବସଷ୍ଟାଣ୍ଡରେ ନାଇଟ ବସର ଦୁଇ କର୍ମଚାରୀଙ୍କୁ ମାଡ ମରାରୁ ଉତ୍ତେଜନା ପ୍ରକାଶ ପାଇଥିଲା l ମାଡ଼ମାରି ଥିବା ଆସାମାଜିକ ଯୁବକମାନକୁ ଗିରଫ ଦାବିରେ ସମସ୍ତ ନାଇଟ ବସ ଅଟକି ରହିଥିଲା l ଫଳରେ ସହରର ବିଭିନ୍ନ ଛକରେ ଘଣ୍ଟା ଘଣ୍ଟା ଧରି ବସକୁ ଅପେକ୍ଷା କରିଥିବା ଯାତ୍ରୀମାନେ ନାହିଁ ନ ଥିବା ଅସୁବିଧାରେ ସମ୍ମୁଖୀନ ହୋଇ ଥିଲେ l ପ୍ଲାଣ୍ଟ ସାଇଟ ପୁଲିସ, ଡିଏସପି ପହଞ୍ଚି ବସ କର୍ମଚାରୀଙ୍କୁ ବୁଝା ସୁଝା କରିଥିଲେ l ମାତ୍ର ମାଡ଼ ମାରିଥିବା ଯୁବକମାନଙ୍କୁ ଗିରଫ ନ ହେବା ପର୍ଯ୍ୟନ୍ତ ବସ ଛଡ଼ାଯିବ ନାହିଁ ବୋଲି ଅଡି ବସିଥିଲେ ବସ କର୍ମଚାରୀ l ଶେଷରେ ପୁଲିସ ଗିରଫ ପ୍ରତିଶ୍ରୁତି ଦେବା ପରେ  ରାତି ପ୍ରାୟ ୧୦ଟା ୪୦ରେ ବସ ଗୁଡିକ ରାଉରକେଲାରୁ ଛାଡିଥିଲା l

ସୂଚନା ମୁତାବକ, ରାଉରକେଲା ନୂଆ ବସ୍‌ଷ୍ଟାଣ୍ଡରେ ରାଉରକେଲାରୁ ଭୁବନେଶ୍ବର ଯାଉଥିବା ‘ପ୍ରଭା’ ନାମକ ଘରୋଇ ଯାତ୍ରୀବାହୀ ଏକ୍ସପ୍ରେସ୍‌ ବସ୍‌ର ଦୁଇଜଣ କର୍ମଚାରୀଙ୍କୁ ପ୍ରାଣାନ୍ତକ ଆକ୍ରମଣ ହୋଇଥିଲା । ରାତି ପ୍ରାୟ ୯ଟାରେ କିଛି ଅସାମାଜିକ ଯୁବକ ବସ୍‌‌ଷ୍ଟାଣ୍ଡରେ ପହଞ୍ଚି ବସ୍‌ର ଶେଖ ରମଜାନ୍‌ ଓ ସୁଦୀପ ଖାଲ୍‌କୋକୁ ପ୍ରାଣାନ୍ତକ ଆକ୍ରମଣ କରିଥିଲେ। କେବଳ ମାଡ ମାରିନଥିଲେ ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରିବା ସହ ଧମକ ଚମକ ଦେଇଥିଲେ। ଗୁରୁତର ଦୁହିଁଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ସମ୍ବନ୍ଧିତ ଖବର