ରାଉରକେଲା: ରାଉରକେଲାରେ ଶୁଆ ଚୋରାଚାଲାଣକାରୀ ରାକେଟ୍‌ ମାତିଛନ୍ତି। ଗ୍ୟାଙ୍ଗ୍‌ର ଚେର ରାଉରକେଲାରୁ ଓଡ଼ିଶା, ଝାଡ଼ଖଣ୍ଡ ଓ ଛତିଶଗଡ଼ର ବିଭିନ୍ନ ସହରକୁ ଲମ୍ବିଛି। ଆଜି ରାଉରକେଲା ବନବିଭାଗର ସ୍ବତନ୍ତ୍ର ଟିମ୍‌ ଶୁଆ ଚୋରା ଚାଲାଣକାରୀ ରାକେଟର ଜଣେ ସ୍ଥାନୀୟ ବେପାରୀକୁ ଗିରଫକରି କୋର୍ଟ ଚାଲାଣ କରିଛି। ଅନ୍ୟ ଦୁଇଜଣ ଫେରାର ଅଛନ୍ତି। ଗିରଫ ବେପାରୀ ହେଲା ଲାଠିକଟା ବ୍ଲକ୍‌ ନୂଆଗାଁର ତାହିର ଅନ୍‌ସାରୀ (୫୦)। ତା’ ଘରୁ ବନବିଭାଗ ଟିମ୍‌ ୪୦ଟି ଶୁଆ ଶାବକ ଜବତ କରିଛନ୍ତି। ଆଜି ପାନପୋଷ ରେଞ୍ଜ୍‌ ଅଫିସ୍‌ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ରାଉରକେଲା ବନଖଣ୍ଡ ଅଧିକାରୀ ଯଶୋବନ୍ତ ସେଠୀ ଏହି ସୂଚନା ଦେଇଛନ୍ତି।