ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ ଗତ ଦେଢ଼ ବର୍ଷରେ ୭୦୦ରୁ ଅଧିକ ଯୌତୁକ ନିର୍ଯାତନା ମାମଲା ରୁଜୁ ହୋଇଛି। ଏପରିକି ୪୦ଜଣଙ୍କ ଜୀବନ ଚାଲିଯିବା ସାଂଘାତିକ ସ୍ଥିତିକୁ ସାମ୍ନାକୁ ଆଣିଛି। ୨୦୨୪ ଜୁନ୍ରୁ ୨୦୨୫ ଜୁଲାଇ ଭିତରେ ଏସବୁ ମାମଲା ହୋଇଛି। ତେବେ ପୁଲିସ ତଥ୍ୟ ଅନୁସାରେ, ୨୦୨୪ରେ ଗଞ୍ଜାମ ପୁଲିସ ଜିଲ୍ଲାରେ ୩୪୯ଟି ଯୌତୁକ ନିର୍ଯାତନା ମାମଲା ରୁଜୁ ହୋଇଛି। ସେହିବର୍ଷ ୧୦ଟି ଯୌତୁକଜନିତ ହତ୍ୟା ଓ ୧୪ଟି ଆତ୍ମହତ୍ୟା ମାମଲା ରହିଛି। ୨୦୨୫ରେ ଯଦିଓ ମାମଲା କମି ୧୯୮ରେ ପହଞ୍ଚିଛି। ତଥାପି ୪ଟି ହତ୍ୟା ଓ ୪ଟି ଆହ୍ମହତ୍ୟାର କାରଣ ଯୌତୁକଜନିତ ବୋଲି ଜଣାପଡ଼ିଛି। ଅନ୍ୟପଟେ ବ୍ରହ୍ମପୁର ପୁଲିସ ଜିଲ୍ଲାରେ ଯୌତୁକ ମାମଲା କିଛି କମ ନୁହେଁ। ସହର ଓ ସହର ଉପକଣ୍ଠ ହୋଇଥିବାରୁ ଏଠାରେ ସ୍ଥିତି ଗ୍ରାମାଞ୍ଚଳ ତୁଳନାରେ ସୁଧୁରିବା କଥା। ବ୍ରହ୍ମପୁର ପୁଲିସ ଜିଲ୍ଲାରେ ୨୦୨୪ରେ ୧୫୮ଟି ଯୌତୁକଜନିତ ମାମଲା ରୁଜୁ ହୋଇଛି। ୪ଟି ହତ୍ୟା ଓ ଗୋଟିଏ ଆହ୍ମହତ୍ୟା ମାମଲା ଆସିଛି।
ଗାଁ’ ଅପେକ୍ଷା ସହରରେ ଚିନ୍ତାଜନକ ସ୍ଥିତି
ଗଞ୍ଜାମରେ ୭୦୦ ଟପିଲାଣି ନିର୍ଯାତନା ମାମଲା
୨୦୨୫ରେ ୭୩ଟି ମାମଲା ସହ ୨ଟି ହତ୍ୟା ଓ ଗୋଟିଏ ଆତ୍ମହତ୍ୟା ଯୌତୁକଜନିତ ବୋଲି ପୁଲିସ ରିପୋର୍ଟ କହୁଛି। ସଚେତନତାର ଅଭାବ ଓ ଅଧିକ ଲୋଭ ଯୌତୁକ ନିର୍ଯାତନାକୁ ଜନ୍ମ ଦେଉଛି। ସେହିପରି ପାରିବାରିକ ଝଗଡ଼ା ଓ ସାମାନ୍ୟ ମନୋମାଳିନ୍ୟ ମଧ୍ୟ ଯୌତୁକଜନିତ ମିଛ ମାମଲାକୁ ବଢ଼ାଇ ଦେଉଥିବା ଆଇନଜୀବୀଙ୍କ ମତ। ସବୁ ପରେ ବି ଗାଳି, ମାଡ଼ ଖାଉଥିବା ବୋହୂଟିଏ ଅନେକ କ୍ଷେତ୍ରରେ ନ୍ୟାୟ ପାଇପାରୁନଥିବା ନଜିର ରହିଛି।