ଝାରସୁଗୁଡା: ରାତି ପାହିଲେ ଝାରସୁଗୁଡା ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ହେବାକୁ ଥିବା ବେଳେ ଶେଷ ମୁହୂର୍ତ୍ତରେ ଭୋଟରଙ୍କୁ ପ୍ରଭାବିତ କରିବାକୁ ରାଜନୈତିକ ଦଳ ସବୁ ପ୍ରକାର ଚେଷ୍ଟା ଜାରି ରଖିଛନ୍ତି। କୋଲାବିରା ବ୍ଲକ ଜମିଦାରପଡାକୁ ବିଜେପି ମଣ୍ଡଳ ଉପସଭାପତି ସଞ୍ଜୟ ପୂଜାରୀ ବିପୁଳ ଶାଢ଼ି ନେଇ ଆସିଥିବା ଫ୍ଲାଇଙ୍ଗ ସ୍କ୍ୱାର୍ଡକୁ ସୂଚନା ମିଳିଥିଲା। ଚଢ଼ାଉ ପରେ ଶ୍ରୀ ପୂଜାରୀଙ୍କ ଘରୁ ୪୦୦ ଖଣ୍ଡ ଶାଢ଼ି ଜବତ ହୋଇଥିବା ଜଣାପଡିଛି। ଜବତ ସମସ୍ତ ଶାଢ଼ି ଆଜି ଝାରସୁଗୁଡାର ଏକ ଦୋକାନରୁ କିଣା ଯାଇଥିବା ବେଳେ ମେସର୍ସ ସ୍ନେହା ମଲ୍ଟିମିଡ଼ିଆ ନାଁରେ ବିଲ୍ ହୋଇଛି। ସ୍କ୍ୱାର୍ଡ ଶାଢ଼ିଗୁଡିକ ଜବତ କରିଥିବା ବେଳେ ତଦନ୍ତ ଆରମ୍ଭ କରିଛି।
/sambad/media/post_attachments/wp-content/uploads/2023/05/7f496edf-3ca3-4cc6-aed1-ac4d4a0e9080.jpg)
ସୂଚନାଯୋଗ୍ୟ, ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ମେ’ ୧୦ ତାରିଖ ସକାଳ ୭ଟାରେ ଭୋଟ ଗ୍ରହଣ ଆରମ୍ଭ ହେବ। ମୋଟ୍ ୨୫୩ଟି ବୁଥରେ ୨ ଲକ୍ଷ ୨୧ ହଜାର ୭୩ ଜଣ ମତଦାତା ଭୋଟ୍ ଦେବେ। ଏଥିରେ ୧ ଲକ୍ଷ ୧୦ ହଜାର ୩୨୩ ଜଣ ପୁରୁଷ, ୧ ଲକ୍ଷ ୧୦ ହଜାର ୬୮୭ ମହିଳା ଓ ୬୩ ଜଣ ଅନ୍ୟାନ୍ୟ ମତଦାତା ସାମିଲ ଅଛନ୍ତି। ଆସନ୍ତା ୧୩ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନର ଭୋଟ୍ ଗଣତି ହେବ ଓ ଫଳାଫଳ ପ୍ରକାଶ ପାଇବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/aaf354c4-50b2-4c79-a701-fadb3fcd2aec.jpg)