ଫ୍ଲିପ୍‌କାର୍ଟ ହବ୍‌ରୁ ୪୦ ହଜାର ଟଙ୍କାର ସାମଗ୍ରୀ ଚୋରି

ସମ୍ବଲପୁର: ଧନୁପାଲି ଥାନା କୁଲୁଥକାନୀ ସ୍ଥିତ ଫ୍ଲିପ୍‌କାର୍ଟ ହବ୍‌ରୁ ଚୋରି ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ ଶୁକ୍ରବାର ଅଭିଷେକ ମାହାଣା ଧନୁପାଲି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଅନୁଯାୟୀ, ଗତ ୨୭ ତାରିଖ ଦିନ ଜଣେ ବ୍ୟକ୍ତି କାନ୍ଥ ଡେଇଁ ହବ୍‌ ଭିତରକୁ ପଶିବା ସହ ଡେଲିଭରି ସାମଗ୍ରୀ ଥିବା ବ୍ୟାଗ୍‌ ଚୋରି କରି ନେଇଥିଲା।

ଉକ୍ତ ବ୍ୟାଗ୍‌ରେ ୭୯ଟି ସାମଗ୍ରୀ ଥିବା ବେଳେ ତାର ମୂଲ୍ୟ ୪୦ ହଜାର ଟଙ୍କା ହେବ ବୋଲି ଅଭିଷେକ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଏହି ଘଟଣା ସିସିଟିଭି କ୍ୟାମେରାରେ କଏଦ ଥିବା ମଧ୍ୟ ସେ କହିଛନ୍ତି। ଅଭିଯୋଗ ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର