ରାଜ୍ୟରୁ ଆଜି ସର୍ବାଧିକ ୪୦୫୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହେଲେ

ଭୁବନେଶ୍ୱର: ରାଜ୍ୟରୁ ଆଜି ସର୍ବାଧିକ ୪୦୫୩ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି। ଆଜି ରାୟଗଡ଼ାରୁ ସର୍ବାଧିକ ଆକ୍ରାନ୍ତ ସୁସ୍ଥ ହୋଇଥିବା ରିପୋର୍ଟ ରହିଛି। ନୂଆ ସୁସ୍ଥଙ୍କୁ ମିଶାଇଲେ ଏଯାବତ ରାଜ୍ୟରୁ ୭୭୨୮୬ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇଥିବା ଜଣାପଡ଼ିଛି।

ସୂଚନା ଅନୁସାରେ  ଅନୁଗୁଳ ଜିଲ୍ଲାରୁ ଜଣେ, ବୌଦ୍ଧରୁ ୬ ଜଣ, ନୂଆପଡ଼ାରୁ ୯ ଜଣ, ସୋନପୁରରୁ ୧୩ ଜଣ, ଦେବଗଡ଼ରୁ ୧୩ ଜଣ, କେନ୍ଦୁଝରରୁ ୨୯ ଜଣ, ଝାରସୁଗୁଡ଼ାରୁ ୩୫ ଜଣ, ଜଗତ୍‌ସିଂହପୁରରୁ ୩୫ ଜଣ, ଗଜପତିରୁ ୪୮ ଜଣ, କେନ୍ଦ୍ରାପଡ଼ାରୁ ୫୦ ଜଣ, ନବରଙ୍ଗପୁରରୁ ୫୨ ଜଣ, ବଲାଙ୍ଗିରରୁ ୬୨ ଜଣ, ଢେଙ୍କାନାଳରୁ ୬୬ ଜଣ, କନ୍ଧମାଳରୁ ୭୯ ଜଣ, ବାଲେଶ୍ବରରୁ ୮୩ ଜଣ, ସମ୍ବଲପୁରୁ ୯୨ ଜଣ, ବରଗଡ଼ରୁ ୧୦୦ ଜଣ, ମାଲକାନଗିରିରୁ ୧୨୦ ଜଣ, ମୟୂରଭଞ୍ଜରୁ ୧୨୮ ଜଣ, ନୟାଗଡ଼ରୁ ୧୪୧ ଜଣ, ପୁରୀରୁ ୧୪୪ ଜଣ, କଳାହାଣ୍ଡିରୁ ୧୬୫ ଜଣ, ଭଦ୍ରକରୁ ୧୭୨ ଜଣ, କୋରାପୁଟରୁ ୧୭୫ ଜଣ, ସୁନ୍ଦରଗଡ଼ରୁ ୨୧୭ ଜଣ, ଗଞ୍ଜାମରୁ ୨୩୩ ଜଣ, ଯାଜପୁରରୁ ୩୩୯ ଜଣ, ଖୋର୍ଦ୍ଧାରୁ ୩୭୦ ଜଣ, କଟକରୁ ୪୬୮ ଜଣ ଓ ରାୟଗଡ଼ରୁ ୬୦୮ ଜଣ ସୁସ୍ଥ ହୋଇଛନ୍ତି।

ଆଜି ରାଜ୍ୟରେ ୨୬୦୨ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୫୬୧ ଓ ସ୍ଥାନୀୟ ଅଞ୍ଚଳରୁ ୧୦୪୧ ଆକ୍ରାନ୍ତ ଅଛନ୍ତି। ୩୦ଟି ଜିଲ୍ଲାରୁ ଏହିସବୁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏହା ଫଳରେ ରାଜ୍ୟରେ କରୋନା ପଜିଟିଭ୍‌ ସଂଖ୍ୟା ୧ ଲକ୍ଷ ୩ ହଜାର ୫୩୬କୁ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର